କେନ୍ଦ୍ରାପଡ଼ା: ବୁଧବାର ସକାଳ ୮: ୦୦ ବେଳେ କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ରାଉଣ୍ଡ୍ ଗଣତିରେ ବାଲଟ୍ ଭୋଟ୍ ଗଣନା କରାଯାଉଛି।
ଭୋଟ୍ ୩୦୯ଟି ବୁଥ୍ରେ ଗ୍ରହଣ କରାଯାଇଥିବା ଏହି ଭୋଟ୍ଗୁଡ଼ିକୁ ୩ଟି ଟେବୁଲ୍ରେ ଏବଂ ୧୮ଟି ରାଉଣ୍ଡରେ ଗଣନା କରାଯିବ।
ଜୁଲାଇ ୨୦ ତାରିଖ ଦିନ ଅନୁଷ୍ଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ବିଭିନ୍ନ ଦଳର ଏଜେଣ୍ଟ୍ମାନେ ମଧ୍ୟ ଗଣନା କେନ୍ଦ୍ରରେ ପହଞ୍ଚି ଗଲେଣି।
ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାସ୍ୱରୂପ ମହାବିଦ୍ୟାଳୟ ପରିସରରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ନୀତି ଶେଖର ମଧ୍ୟ ଭୋଟ୍ ଗଣନା କେନ୍ଦ୍ରରେ ଉପସ୍ଥିତ ଅଛନ୍ତି।