କମ୍ପ୍ୟୁଟର କରିବ ଡିଏଲ୍‌, ଫିଟ୍‌ନେସ ପରୀକ୍ଷା

ଫେଲ୍‌ ଚାଳକଙ୍କୁ ମିଳିବନି ସାର୍ଟିଫିକେଟ୍‌, ଯନ୍ତ୍ର କିଣିବା ପାଇଁ ବ୍ୟୟ ହେବ ୪୮ କୋଟି

କଟକ: ଏଣିକି ଗାଡ଼ି ଡ୍ରାଇଭି˚ ଲାଇସେନ୍ସ(ଡିଏଲ୍‌) ଏବ˚ ଫିଟ୍‌ନେସ ସାର୍ଟିଫିକେଟ୍‌ କମ୍ପ୍ୟୁଟର‌୍‌ ପରୀକ୍ଷା ମାଧ୍ୟମରେ ପ୍ରଦାନ କରାଯିବ। କମ୍ପ୍ୟୁଟର‌୍‌ ପରୀକ୍ଷାରେ ଫେଲ୍‌ ହେଲେ ଚାଳକଙ୍କୁ ସାର୍ଟିଫିକେଟ୍‌ ମିଳିବ ନାହିଁ। ଏଥିପାଇଁ ମେସିନ୍‌ କିଣିବାକୁ ୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। କଟକ ଜିଲ୍ଲା ନରାଜ ନିକଟରେ ଓଡ଼ିଶାର ପ୍ରଥମ କମ୍ପ୍ୟୁଟରୀକରଣ ଫିଟ୍‌ନେସ ଟେଷ୍ଟି˚ ସେଣ୍ଟର‌୍‌ ୨୦୧୯ ଏପ୍ରିଲ୍‌ରେ ଖୋଲିବାକୁ ଯାଉଛି। ସେହିପରି ରାଜ୍ୟର ମୋଟ ୩୫ଟି ଆର‌୍‌ଟିଓ କାର୍ଯ୍ୟାଳୟ ଅଧୀନରେ ଏଡିଟିଏସ୍‌(ଅଟୋମେଟିକ୍‌ ଡ୍ରାଇଭି˚ ଟ୍ରେନି˚ ସିଷ୍ଟମ୍‌) ଖୋଲିବାକୁ ଯାଉଛି। ଅନ୍ୟପଟେ ନିୟମ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ନିକଟରୁ ଜରିମାନା ଅର୍ଥ ଇ-ଚାଲାଣ ମେସିନ୍‌ ମାଧ୍ୟମରେ କଟାଯିବ। ଦ୍ବିତୀୟ ଥର ନିୟମ ଖିଲାଫ କଲେ ଜରିମାନା ଅର୍ଥ ଦୁଇ ଗୁଣ ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି। ଏଥିପାଇଁ ଓଡ଼ିଶାର ୩୫ଟି ଆର‌୍‌ଟିଓ କାର୍ଯ୍ୟାଳୟର ୧୯୪ ଜଣ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ଗୋଟିଏ ଲେଖାଏ ମେସିନ୍‌ ବଣ୍ଟନ କରାଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଏହି ମେସିନ ଦିଆଯାଇଛି। ସମସ୍ତ ଅଫିସର‌୍‌ଙ୍କୁ ଏଥିପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉକ୍ତ ଇ-ଚାଲାଣ ମେସିନ୍‌ ପରିବହନ କମିସନରଙ୍କ କାର୍ଯ୍ୟାଳୟର ସର୍ଭର ସହିତ ଅନ୍‌ଲାଇନ୍‌ ସ˚ଯୋଗ କରାଯିବ। ଯଦ୍ବାରା ଚାଳକଙ୍କ ପୂର୍ବ ଜରିମାନା ସ˚କ୍ରାନ୍ତ ତଥ୍ୟ ସ˚ରକ୍ଷଣ କରାଯାଇପାରିବ। ଜରିମାନା ଦାଖଲ କରିବା ପରେ ମେସିନ୍‌ରୁ ଅନ୍‌ଲାଇନ୍‌ରେ ପ୍ରିଣ୍ଟ ବାହାରିବ। ଏଟିଏମ୍‌ କାର୍ଡ ବ୍ୟବହାର କରି ମଧ୍ୟ ଜଣେ ଚାଳକ ଜରିମାନା ଟଙ୍କା ଜମା କରିପାରିବେ।

www.mptransport.org

ନରାଜରେ ହେବ ପ୍ରଥମ ଫିଟ୍‌ନେସ୍‌ ପରୀକ୍ଷା କେନ୍ଦ୍ର, ୧୯୪ ଅଫିସର‌୍‌ଙ୍କୁ ଇ-ଚାଲାଣ ମେସିନ୍‌

ସେହିପରି ୩୫ଟି ଆର‌୍‌ଟିଓ କାର୍ଯ୍ୟାଳୟରେ ଡିଏଲ୍‌ ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରାଯିବ। ଏହାକୁ ଏଡିଟିଏସ୍‌(ଅଟୋମେଟିକ୍‌ ଡ୍ରାଇଭି˚ ଟ୍ରେନି˚ ସିଷ୍ଟମ୍‌) କୁହାଯାଉଛି। ଭିତ୍ତିଭୂମି ପାଇଁ ମୋଟ ୩୦ କୋଟି ଟଙ୍କାର ବଜେଟ୍‌କୁ ମଞ୍ଜୁରୀ ମିଳିଛି। ୨୫ଟି ଜିଲ୍ଲାରେ ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼଼ିର ଫିଟ୍‌ନେସ ସାର୍ଟିଫିକେଟ୍‌ କମ୍ପ୍ୟୁଟରୀକରଣ ଫିଟ୍‌ନେସ୍‌ ଟେଷ୍ଟି˚ ମାଧ୍ୟମରେ ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ କଟକ ଜିଲ୍ଲା ନରାଜ ନିକଟରେ ଏହି ସେଣ୍ଟର ଖୋଲାଯିବ। ଏଥିପାଇଁ ୧୮ କୋଟି ଟଙ୍କା ମଞ୍ଜୁର ହୋଇଛି। ୨୦୨୦ରେ ବ୍ରହ୍ମପୁର ଏବ˚ ରାଉରକେଲାରେ ମଧ୍ୟ ଏହି କେନ୍ଦ୍ର ଖୋଲାଯିବ। କମ୍ପ୍ୟୁଟର ମାଧ୍ୟମରେ ଗାଡ଼ିର ଲାଇଟ୍‌, ହର୍ଣ୍ଣ, ବ୍ରେକ୍‌, ବଡ଼ି, ସସ୍‌ପେନ୍ସନ୍‌, ଟାୟାର, କ୍ଲଜ୍‌ ଇତ୍ୟାଦି ଯାଞ୍ଚ କରି କମ୍ପ୍ୟୁଟର‌୍‌ ରିପୋର୍ଟ ପ୍ରଦାନ କରିବ। ପାସ୍‌, ଫେଲ୍‌ ରିପୋର୍ଟ ଆଧାରରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ମିଳିବ। ପୂର୍ବରୁ ମାନୁଆଲ୍‌ରେ ୧୦ ମିନିଟ୍‌ ଲାଗୁଥିବା ବେଳେ କମ୍ପ୍ୟୁଟରାଇଜଡ୍‌ ବ୍ୟବସ୍ଥାରେ ୧୫ ମିନିଟ୍‌ ସମୟ ଲାଗିବ ବୋଲି ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର