ଆହତ ଦନ୍ତାର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଚମକପୁର ବୈତରଣୀ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ଆହତ ଦନ୍ତାହାତୀର ଆଜି ମୃତ୍ୟୁ ଘଟିଛି। ଗତ ୧୪ ତାରିଖରେ ହାତୀଟି ଆହତ ଅବସ୍ଥାରେ ବୈତରଣୀ ନଦୀର ଇଙ୍ଗାଣିଝରଣ ନିକଟରେ ଗାଧୋଉଥିଲା। ହାତୀ ପିଠିରେ ଘାଆ ହୋଇଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଗତ ୨୧ ତାରିଖରେ ବନ ବିଭାଗ ହାତୀଟିକୁ ଠାବ କରି ଚିକିତ୍ସା ଆରମ୍ଭ କରିଥିଲା। ଶିମିଳପାଳ ଅଭୟାରଣ୍ୟ ପଶୁ ସମ୍ପଦ ବିଶେଷଜ୍ଞ ଡା. ଖଲିନ୍‌ ଚାଣ୍ଡମାଇ ୩ ଦିନ ଧରି ଚିକିତ୍ସା କରିବା ସହ ଆହତ ହାତୀ ଉପରେ ନଜର ରଖିଥିଲେ। ତେବେ ଘାଆ ଅଧିକ ସଂକ୍ରମିତ ହୋଇଯାଇଥିବାରୁ ହାତୀଟି ଦୁର୍ବଳ ହୋଇ ଭଲଭାବେ ଚାଲି ପାରୁନଥିଲା। ଆଜି ତାର ମୃତ୍ୟୁ ଘଟିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର