ଓଡ଼ିଶା ବଜାରକୁ ପ୍ରଥମଥର ପାଇଁ ଆସିଲା ଏକ୍ସପାୟରି ଟ୍ୟାଗ ଥିବା ଅଣ୍ଡା

ଭୁବନେଣ୍ଵର: ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିବ ଏକ୍ସପାୟରି ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏଭଳି ଅଣ୍ଡା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଥିବା ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ ଅଣ୍ଡାଗୁଡ଼ିକରେ ତାର ସଂରକ୍ଷଣ ସମୟସୀମା ଲେଖା ରହିଛି । କିଛି ମାସ ହେବ ପ୍ଲାଷ୍ଟିକ ଅଣ୍ଡା ମାର୍କେଟକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଗ୍ରାହକ । ହେଲେ ଏବେ ଏକ୍ସପାୟରି ତାରିଖ ଲେଖା ଥିବା ଅଣ୍ଡା ବଜାରକୁ ଆସିବା ପରେ ଖାଉଟି ଆଶ୍ୱସ୍ତି ହୋଇଛନ୍ତି । ଅର୍ଥାତ୍‌ ଏଣିକି ଅଣ୍ଡାକୁ ନେଇ ବ୍ୟବସାୟୀ ଆଉ ଗ୍ରାହକଙ୍କୁ ଠକି ପାରିବେ ନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ଅଣ୍ଡାଗୁଡ଼ିକ କେତେଦିନ ପୁରଣା ତାହା ଜଣାପଡ଼ୁ ନଥିଲା । ଏହି ଅଣ୍ଡାର ଏକ୍ସପାୟରି ଡେଟ ରହିବା ଦ୍ୱାରା ଖାଉଟିମାନେ ସଚେତନ ହୋଇପାରିବେ । ଏତଦ୍‌ବ୍ୟତୀତ ଅଣ୍ଡାର ଅବଧି ଏକମାସ ରହିବ। ଏହାଦ୍ୱାରା ସାଧାରଣ ଖାଉଟି ଆଉ ଠକାମିର ଶିକାର ହେବେ ନାହିଁ । ଏପରିକି ପୁରୁଣା ଓ ନୂଆ ଅଣ୍ଡାକୁ ନେଇ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇପାରିବ।

ସମ୍ବନ୍ଧିତ ଖବର