୫ ନୂଆ ଆଇଏଏସ୍‌ ଓଡ଼ିଶା ଆସିବେ

ଭୁବନେଶ୍ୱର :ଓଡିଶା ପାଇଁ କେନ୍ଦ୍ର ସରକାର ୫ଜଣ ନୂତନ ଆଇଏଏସ୍‌ ଅଫିସର ପଠାଇଛନ୍ତି। ୨୦୧୭ ବର୍ଷ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଅଫିସରମାନେ ଓଡିଶାକୁ ଆସିବେ । ରାଜ୍ୟକୁ ଅତି କମ୍‌ରେ ୧୦ ଜଣ ନୂଆ ଆଇଏଏସ୍‌ ଅଫିସର ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ କହିଥିଲେ । ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା। ହେଲେ କେନ୍ଦ୍ର ସରକାର ମାତ୍ର ୫ଜଣ ନୂତନ ଆଇଏସ୍‌ ପଠାଉଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶାର ଦୁଇଜଣ ଓ ଅନ୍ୟ ୩ଜଣ ବାହାର ରାଜ୍ୟର ଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡିଶା ପାଇଁ ମୋଟ୍‌ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବି ଥିବାବେଳେ ଏଥିରୁ ୧୬୫ଟିରେ ସିଧାସଳଖ ଆଇଏଏସ୍‌ ପାଇଥିବା ଅଧିକାରୀମାନେ ନିଯୁକ୍ତ ହୋଇଥାନ୍ତି। ଅନ୍ୟ ପଦବି ଗୁଡିକ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ । ଏହି ୧୬୫ ପଦବି ମଧ୍ୟରୁ ବର୍ତ୍ତମାନ ୩୧ଟି ପଦବି ଖାଲି ପଡିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ଅତି କମ୍‌ରେ ୧୦ଜଣ ନୂଆ ଆଇଏଏସ୍‌ ଅଫିସର ପଠାଇବାକୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ସମ୍ବନ୍ଧିତ ଖବର