କାଲିମେଳା : ୩୦ ଲକ୍ଷ ଟଙ୍କାର ଗ‌ଞ୍ଜେଇ ଜବତ, ଡ୍ରାଇଭର ଗିରଫ

ପଡିଆ : ମାଲକାନଗିରି ଜିଲ୍ଲାର ପଡିଆ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। କାଲିମେଳା ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଏକ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ୭୭୦କିଲୋ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପଡିଆ ଥାନା ପୁଲିସ୍‌ ପାଟ୍ରୋଲିଂ ସାରି ଫେରୁଥିବାବେଳେ କମାରଗୁଡା ଗ୍ରାମ ନିକଟରେ ପୁଲିସ ସନ୍ଦେହରେ ଏକ ଟ୍ରକ୍‌(ସିଜି ୦୪ଡବ୍ଲୁ ୯୫୨୪)କୁ ଅଟକାଇ ଯାଞ୍ଚ କରିଥି‌ଲା। ଗାଡ଼ି ଭିତରେ ୨୮ଟି ପଲିଥିନ୍ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଜବତ ଗଞ୍ଜେଇ ଓଜନ କରାଯିବା ପରେ ଏହା ୭୭୦କିଲୋ ବୋଲି ଜଣାପଡିଥିଲା, ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାପରେ ପୁଲିସ୍‌ ଟ୍ରକ୍ ଡ୍ରାଇଭର ସୁରଜ ଶର୍ମାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର