ଯାଜପୁର: ରାସ୍ତାକଡ଼ରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ରବିବାର ସକାଳେ ଭୋଟକା ପଞ୍ଚାୟତ ଅନ୍ତର୍ଗତ ବନତାରା ଗାଁ’ର ହରିହର ମଲ୍ଲିକଙ୍କୁ କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

ସକାଳ ପ୍ରାୟ ୭ଟା ବେଳେ କୁଆଖିଆ ବଜାର ଠାରୁ ୧୦୦ ମିଟର ପାଖାପାଖି ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ହରିହରଙ୍କୁ ତାଙ୍କ ପଡ଼ୋଶୀ ଗାଁ’ର ୧୫ ସରିକି ଲୋକ ବାତ୍ସା ଓ ଫାର୍ସା ଆଦି ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ପକାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ତାଙ୍କ ଗାଁଲୋକେ ହରିହରଙ୍କୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରମଣର ବାସ୍ତବ କାରଣ ଜଣାପଡ଼ି ନ ଥିଲେ ବି ଏହା ରାଜନୀତି ଜନିତ ବୋଲି ଆଲୋଚନା ହେଉଛି। ଆକ୍ରମଣରେ ହରିହରଙ୍କର ମୁଣ୍ଡ ଏବଂ ଦୁଇ ହାତରେ ଗଭୀର କ୍ଷତ ହୋଇଛି।

ଖବର ପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଘଟଣା ସଂକ୍ରାନ୍ତରେ ଏଫ୍‌ଆଇଆର୍‌ ହୋଇ ନ ଥିବା ଥାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର