ଜୟନାରାୟଣ ମିଶ୍ରଙ୍କୁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର ନିଷ୍ପତ୍ତି

କଟକ : ଏସ୍‌ସିବିରେ ଚିକିତ୍ସାଧୀନ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ। ତାଙ୍କର ଦୁଇଟି କିଡ୍‌ନୀ ଅଚଳ ହୋଇଯାଇଥିଲାବେଳେ ସେ ଏବେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏଭଳି ସ୍ଥିତିରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲେ ବି ସେଠାରେ ନେଫ୍ରୋଲୋଜି ବିଭାଗ ନଥିବାରୁ ଦିଲ୍ଲୀ ପଠାଯାଉଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ସୂଚନା ଦେଇଛନ୍ତି। କିନ୍ତୁ ଶ୍ରୀ ମିଶ୍ର ଦିଲ୍ଲୀ ଯିବାକୁ ରାଜି ନଥିବାରୁ ସୋମବାର ଏନେଇ ଚୂଡାନ୍ତ ନିସ୍ପତ୍ତି ନିଆଯିବ ବୋଲି ଡାକ୍ତର କାନୁନ୍‌ଗୋ କହିଛନ୍ତି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜୟନାରାୟଣଙ୍କ ଚିକିତ୍ସା ପାଇଁ ମେଡିକାଲ୍‌ ପକ୍ଷରୁ ୫ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ତେବେ ଦୁଇ ମାସ ତଳେ ତାଙ୍କର କଲୋନ ଅସ୍ତ୍ରୋପଚାର ହୋଇଥିବାରୁ ଏଭଳି ସ୍ଥିତିରେ ଏସ୍‌ସିବିରେ ତାଙ୍କର ଉଚ୍ଚମାନର ଚିକିତ୍ସା କରାଯିବା ଅସମ୍ଭବ ବୋଲି ଡାକ୍ତରୀ ଦଳ ହୃଦ୍‌ବୋଧ କରିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥାନାନ୍ତର କରାଯାଉଥିବା ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର