ଜୁଆରେ ପତ୍ନୀଙ୍କୁ ବାଜି ଲଗାଇ ହାରିଲେ

ଦଶରଥପୁର : ମହାଭାରତର ପୁନରାବୃତ୍ତି ଘଟିଛି ଦଶରଥପୁରରେ। ପଶା ଖେଳରେ ଧନ ସମ୍ପତ୍ତି ହାରିବା ପରେ ପଞ୍ଚୁପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କୁ ବାଜିରେ ଲଗାଇ ହାରିବା ଭଳି ଏଠାରେ ଜଣେ ଜୁଆଡି ନିଜ ପତ୍ନୀକୁ ଜୁଆ ଖେଳରେ ଲଗାଇଥିଲେ ବାଜି। ମହାଭାରତର କଥାବସ୍ତୁ ଭଳି ଏହି ଜୁଆଡି ଜଣକ ହାରି ଯାଇଥିଲେ। ଏହାପରେ ବାଜି ଜିଣିଥିବା ଜୁଆଡିମାନେ ମହିଳାଙ୍କୁ ସର୍ବସମ୍ମୁଖରେ ଅସଦାଚରଣ କରିଥିଲେ। ଟଣାଓଟରା ବେଳେ ମହିଳା ଜଣକ କାନ୍ଦିବାରୁ ଦୟା ଦେଖାଇ ଛାଡ଼ି ଦେଇଥିଲେ। ସଭ୍ୟ ସମାଜରେ ଏଭଳି ଘୃଣ୍ୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ମଂଗଳପୁର ଥାନା ଅଂଚଳ ମଂଗଳା ଭେଡା ନିକଟରେ ଦିନରାତି ଜୁଆ ଖେଳ ଚାଲୁଛି । ରାସ୍ତା ନିକଟ ଏକ ଗଛ ମୂଳରେ ପ୍ରତିଦିନ ଖେଳାଯାଉଛି ଜୁଆ । ଜୁଆରେ ଟଙ୍କା, ସୁନା , ମଟର ସାଇକେଲ ଲଗାଯାଉଥିବାବେଳେ ଆଜି ଜଣେ ଜୁଆଡି ସବୁ ହାରିଯିବା ପରେ ନିଜ ସ୍ତ୍ରୀକୁ ଲଗାଇଦେଇଥିଲା ବାଜିରେ । ସ୍ତ୍ରୀକୁ ବାଜିରେ ଲଗାଇଥିଲେ ଜଣେ ଅଜଣା ଘୁଷୁୁରି ଚରାଳୀ। ସେ ହାରିଯିବା ପରେ ବାଜି ଜିତିଥିବା ଲୋକ ମହିଳାଙ୍କୁ ଟଣାଓଟରା କରିଥିଲେ। ତେବେ ମହିଳା ଜଣକ କାନ୍ଦିବାକୁ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର