କେନ୍ଦୁଝର: ରବିବାର ପୂର୍ବାହ୍ନରେ ‘ମାଉଣ୍ଟେନ୍ ମ୍ୟାନ୍’ ବା ‘କେନ୍ଦୁଝରର ମାଞ୍ଝୀ’ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ।
ଶ୍ରୀଯୁକ୍ତ ପଟ୍ଟନାୟକ ଦିନ ପ୍ରାୟ ୧୧ଟା ବେଳେ ତଳବୈତରୀ ଗାଁ’ରେ ଥିବା ଦୈତାରୀ ନାୟକଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ତା’ପରେ ଶ୍ରୀଯୁକ୍ତ ପଟ୍ଟନାୟକ ୧. ୫ କିଲୋମିଟର ପାହାଡ଼ କାଟି ଦୈତାରୀ ଖୋଳିଥିବା କେନାଲ ଓ ତାଙ୍କର ଚାଷଜମି ବୁଲି ଦେଖିଥିଲେ। ଗ୍ରାମବାସୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ପଚାରି ବୁଝିବା ସହ ଆଲୋଚନା କରିଥିଲେ।
ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଜିଲ୍ଲା ପ୍ରଶାସନ ଦୈତାରୀ ଖୋଳିଥିବା କେନାଲ୍ର ରକ୍ଷାଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଟେଲିଫୋନ୍ ଯୋଗେ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ସହ କଥାବାର୍ତ୍ତା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ନିଜ ଚାଷଜମିକୁ ଜଳସେଚିତ କରିବା ପାଇଁ ଦୈତାରୀ ନିଜ ଉଦ୍ୟମରେ ଖୋଳିଥିବା କେନାଲ୍ ସଂକ୍ରାନ୍ତରେ ସର୍ବ ପ୍ରଥମେ ‘ସମ୍ବାଦ’ରେ ସବିଶେଷ ବିବରଣୀ ପ୍ରକାଶ ପାଇଥିଲା।