କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଦାୟର ମାମଲା ହାଇକୋର୍ଟରୁ ପ୍ରତ୍ୟାହୃତ

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ସର୍ବ ପ୍ରଥମେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରି ନିଆଯାଇଛି। ହାଇକୋର୍ଟର ଆଇନଜୀବୀ ଗୌତମ ସିଦ୍ଦିକୀ ଏହି ମାମଲା ରୁଜୁ କରିଥିଲେ। ତାଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲା ପ୍ରତ୍ୟାହାର କରାଯାଇଛି ବୋଲି ଆଇନଜୀବୀ ଶ୍ରୀ ସିଦ୍ଦିକୀଙ୍କ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତହାରରେ ସ୍ପଷ୍ଟ କରାଯାଇଛି। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ୬ ଦିନ ପରେ ସେ ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ସିବିଆଇ କିମ୍ବା ଏନଆଇଏ ଭଳି ଏଜେନ୍ସି ଦ୍ୱାରା ଘଟଣାର ତଦନ୍ତ ପାଇଁ ସେ ନିବେଦନ କରିଥିଲେ। ଅନ୍ୟପକ୍ଷରେ ପରବର୍ତ୍ତୀ ସମୟରେ ପୀଡିତାଙ୍କ ପରିବାର ସଦସ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରି ପରିସ୍ଥିତିରେ ମାମଲା ପ୍ରତ୍ୟାହାର ପାଇଁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରେସ୍‌ ଇସ୍ତହାରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର