ଆଇନଜୀବୀଙ୍କ ଆନ୍ଦୋଳନ ନେଇ ତେଜୁଛି ରାଜନୀତି : କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ଦାୟୀ କଲେ ଆଇନମନ୍ତ୍ରୀ ପ୍ରତାପ ଜେନା

0 75

ଭୁବନେଶ୍ବର : ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଆଇନଜୀବୀଙ୍କ ଆନ୍ଦୋଳନ। ଦୀର୍ଘଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଫଳରେ ଅଚଳ ହୋଇପଡ଼ିଛି ରାଜ୍ୟର କୋର୍ଟଗୁଡ଼ିକ। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡକୁ ଘନଉଥିବା ବେଳେ ଏବେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଛି ବାକ୍‌ ଯୁଦ୍ଧ। ପରସ୍ପର ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ବିଜେପିକୁ ଦାୟୀ କରିବା ସହ ଏକ ରାଜନୈତିକ ଦଳ ଏହାକୁ ଫଣ୍ଡିଂ କରୁଥିବା ଅଭିଯୋଗ କରିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ଏଥିପାଇଁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଓକିଲ ଆନ୍ଦୋଳନକୁ ନେଇ ବାରମ୍ବାର ବିବୃତ୍ତି ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ତେବେ ଏହି ବିବାଦ ମାମଲାରେ ୪ ଜଣ ପୋଲିସ ନିଲମ୍ବିତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି । ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଚାଲିଛି । ମାମଲା ବିଚରାଧିନ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିବୃତ୍ତିରୁ କ୍ଷାନ୍ତ ରୁହନ୍ତୁ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏପରି କରି କେନ୍ଦ୍ରମନ୍ତ୍ରୀ ଆନ୍ଦୋଳନ ନିଆଁରେ ଘିଅ ଢାଳୁଛନ୍ତି ବୋଲି ସେ କହିବା ସହ ଓଳିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଆଇନମନ୍ତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.