ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା

ମାଲକାନଗିରି : ସୀମାନ୍ତ ଛତିଶଗଡରେ ନକ୍ସଲଙ୍କ ହିଂସା ବଢିବାରେ ଲାଗିଛି। ଗତକାଲି ରାତିରେ ଫୁଲବଗଡୀ ଥାନା ଅନ୍ତର୍ଗତ ଧୁରଗୁଡା ଗ୍ରାମରେ ସଶସ୍ତ୍ର ନକ୍ସଲ ଦୁର୍ରା ହାନ୍ଦା ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ଜଂଗଲ ଭିତରକୁ ନେଇଯାଇଥିଲେ। ପରିବାର ଲୋକ ନେହୁରା ହେବା ସତ୍ୱେ ସେମାନେ ଆଦୌ ଶୁଣି ନଥିଲେ। ପରେ ନକ୍ସଲ ହାନ୍ଦାକୁ ହତ୍ୟା କରିବା ପରେ ଶବ ଗ୍ରାମ ନିକଟସ୍ଥ ରାସ୍ତା ଉପରେ ପକାଇ ଦେଇ ଚାଲି ଯାଇଥିଲେ। ଆଜି ସକାଳେ ପୁଲିସ ହାନ୍ଦାର ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା।

ସମ୍ବନ୍ଧିତ ଖବର