ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶିବ ମନ୍ଦିର ଏବଂ ମୁନିଗୁଡ଼ା ବ୍ଲକ୍ ଅଞ୍ଚଳର ମୁନିଖୋଲ ଠାରେ ମାଓ ପୋଷ୍ଟର୍ ଲାଗାଯାଇଛି। ବାସଧାରା ଗୁମୁସରା ନାଗାବଳୀ ଡିଭିଜ୍ନାଲ୍ କମିଟି ସିପିଆଇ ମାଓମାଦୀମାନେ ଏହି ପୋଷ୍ଟର୍ ସବୁ ମାରିଥିବା କଥା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିୟମଗିରି ଜନ ଆନ୍ଦୋଳନକୁ ଅସ୍ତ୍ର କରି ଜିତୁ, ହରିବନ୍ଧୁ, ଲିଙ୍ଗରାଜ, ଗଣେଶ ଓ ଉପେନ୍ଦ୍ର ପ୍ରଭୃତି ଦଲାଲ ହୋଇ ନିୟମଗିରି ପାହାଡ଼କୁ ବେଦାନ୍ତ କମ୍ପାନିକୁ ଦେବା ପାଇଁ ଚକ୍ରାନ୍ତ ଚଳାଇଥିବା କଥା ଏହି ପୋଷ୍ଟର୍ରେ ଉଲ୍ଲେଖ କରାଯାଇଛି।
ଦଲାଲମାନେ କମ୍ପାନି ଠାରୁ ଟଙ୍କା ଖାଇ ନିୟମଗିରି ସୁରକ୍ଷା ସମିତିର ସଦସ୍ୟମାନଙ୍କ ସାଙ୍ଗରେ ମିଳିତ ହୋଇ ଚକ୍ରାନ୍ତ କରିବା ସହ ସମିତିର ସଦସ୍ୟମାନଙ୍କୁ କମ୍ପାନି ପାଖରେ ଆତ୍ମସମର୍ପଣ କରାଇବା ପାଇଁ ଚେଷ୍ଟା ଚଳାଇ ଥିବା କଥା ମଧ୍ୟ ସେମାନେ ପୋଷ୍ଟର୍ରେ ଲେଖିଛନ୍ତି।
ସେମାନଙ୍କ ଚକ୍ରାନ୍ତ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ ଜନ ଆନ୍ଦୋଳନକୁ ବ୍ୟାପକ କରିବାକୁ ମାଓବାଦୀମାନେ ଏହି ପୋଷ୍ଟର୍ଗୁଡ଼ିକରେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଘଟନାସ୍ଥଳରୁ ପୁଲିସ ଉକ୍ତ ପୋଷ୍ଟର୍ ସବୁ ଜବତ କରି ତଦନ୍ତ ଆରମ୍ଭ କରିଛି।