ମାର୍କଫେଡ୍‌ର ଓ୍ଵବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର : ସମବାୟ ଅନୁଷ୍ଠାନ ‘ମାର୍କଫେଡ୍‌’ର େଓ୍ଵବ୍‌ସାଇଟ୍‌ ଲୋକାର୍ପିତ ହୋଇଯାଇଛି। ମାର୍କଫେଡ୍‌ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହାର ଲୋକାର୍ପଣ କରିବା ସହ ସାର ବିପଣନର କମ୍ପ୍ୟୁଟରୀକରଣକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ସାର ବିତରଣ କାର୍ଯ୍ୟକୁ ଠିକଣା ଭାବେ କରି ସଂସ୍ଥା ଲାଭବାନ ହେବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ।

ମାର୍କଫେଡ୍‌ର ସଭାପତି ବିଭୁଦତ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମବାୟ ନିବନ୍ଧକ ତ୍ରିବିକ୍ରମ ପ୍ରଧାନ ଓ ରାଜ୍ୟ ସମବାୟ ୟୁନିଅନ୍‌ ସଭାପତି ହେମନ୍ତ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏନ୍‌ଆଇସିର ବରିଷ୍ଠ ପରାମର୍ଶଦାତା ଅଶୋକ କୁମାର ମହାନ୍ତି େଓ୍ଵବ୍‌ସାଇଟ୍‌ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ମାର୍କଫେଡ୍‌ ସମ୍ପାଦକ ବିଜୟ ମିଶ୍ର, ମହାପ୍ରବନ୍ଧକ(ବିତ୍ତ) ଦୀପା ନାୟକ, ଉପସଭାପତି ମିନତି ସାହୁ, ପରିଚାଳନା ପରିଷଦ ସଦସ୍ୟ ସାନନ୍ଦ ମେହେର, ପ୍ରମୋଦ ସାମଲ, କୈଳାସ ଚନ୍ଦ୍ର ମହାପାତ୍ର, ଭାଗୀରଥି ପାତ୍ର, ଅନ୍ନପୂର୍ଣ୍ଣା ମିଶ୍ର, ରଞ୍ଜିତା କାହାଳୀ, ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍‌ ସହ ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର