ବିରୋଧୀଙ୍କୁ ଝୁଲାଇ ରଖିଲେ ନବୀନ

ମହା ଗଠବନ୍ଧନ, ଆଉ ଟିକେ ଭାବିବାକୁ ପଡିବ, ଜାତୀୟସ୍ତରରେ ବଢୁଛି ଆଞ୍ଚଳିକ ଦଳର ପତିଆରା

ଭୁବନେଶ୍ବର : ଚାଷୀ ହକ୍ ପାଇଁ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆଜି ଧାରଣାରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସିଧା ସିଧା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ସେମାନେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରର ଏଭଳି ଆଭିମୁଖ୍ୟ ପାଇଁ ସେ ନିକଟରେ ଅର୍ଥନୈତିକ ସ୍ବାଧୀନତା କଥା ଉଠାଇଥିଲେ ବୋଲି ବି କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ବିରୋଧରେ ନବୀନଙ୍କ ଏଭଳି କଠୋର ଆଭିମୁଖ୍ୟ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଆଗକୁ ମୋଦୀଙ୍କ ବିରୋଧୀ ଗୋଷ୍ଠୀ ସହିତ ହାତ ମିଳାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାରେ ପାଣି ଢାଳି ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମହା ଗଠନବନ୍ଧନରେ ସାମିଲ ହେବା ପ୍ରସଙ୍ଗରେ ଭାବିବା ଲାଗି ଆମକୁ କିଛି ସମୟ ଦରକାର। ନବୀନଙ୍କର ଏଭଳି ମନ୍ତବ୍ୟ ବିେରାଧୀ ଶିବିରକୁ ଧକ୍କା ଦେଇଛି। ବିେଜଡି ଉଭୟ ଏନଡିଏ ଏବଂ ଉପା ଠାରୁ ସମ୍ରଦୂରତ୍ବ ଅବଲମ୍ବନ କରିବ ଓ ଏବେ କାହାକୁ ଧରାଦେବାର ନାହିଁ, ଏକଥା ବି ପରୋକ୍ଷରେ ସଙ୍କେତ ଦେଇଛନ୍ତି। ନବୀନଙ୍କର ଏହି ଧାଡିକିଆ ମନ୍ତବ୍ୟରୁ ମହା ଗଠବନ୍ଧନର ସ୍ଥାୟିତ୍ବ ନେଇ ତାଙ୍କ ମନରେ ପ୍ରଶ୍ନ ରହିଥିବା ସୂଚାଉଛି।

ଉଲ୍ଲେଖଯୋଗ୍ୟ, ବିେଜଡି ଭଳି ଆଞ୍ଚଳିକ ଦଳମାନଙ୍କର ଭୂମିକା ଏହି ନିର୍ବାଚନରେ ନିର୍ଣ୍ଣାୟକ ହେବ। ଉଭୟ କଂଗ୍ରେସ ଓ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ଆଶା କ୍ଷୀଣ। ସେମାନଙ୍କ ସହଯୋଗୀମାନଙ୍କ ମଧ୍ୟରୁ ଅନେକ ସଶକ୍ତ ନାହାନ୍ତି।

ନିକଟରେ େଶଷ େହାଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ସୂଚାଉଛି, େଯଉଁଠାେର ଆଞ୍ଚଳିକ ଦଳର ପତିଆରା ଅଧିକ, ସେମାନଙ୍କୁ ଜାତୀୟ ଦଳ ଛୁଇଁପାରୁନାହାନ୍ତି। ଏପରିସ୍ଥଳେ ଓଡ଼ିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟମାନଙ୍କୁ େନଇ ଜାତୀୟ ରାଜନୀତିରେ ଭିନ୍ନ ଗଣନା ଚାଲିଛି। କୌତୂହଳର କଥା େହଲା, ଏନଡିଏରୁ ଜଣେ ପରେ ଜଣେ ସହଯୋଗୀ ଛାଡୁଥିବା ପରିପ୍ରେକ୍ଷୀରେ େନତୃତ୍ବ ଏବେ ପୁରୁଣା ଏନଡିଏକୁ ଧରିବା ଲାଗି ସଜବାଜ ହେଉଛନ୍ତି। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ବଦଳରେ ସ୍ବର ନରମିଛି।

ପ୍ରକାଶଥାଉକି, ଜାତୀୟସ୍ତରରେ ଆରମ୍ଭ େହାଇଥିବା ରାଜନୈତିକ ଅସ୍ଥିରତାରୁ ଫାଇଦା ଉଠାଇବା ଲାଗି ଆଞ୍ଚଳିକ ଦଳ ମଧ୍ୟ ପ୍ରସ୍ତୁତ େହାଇଗଲେଣି। ରାଜ୍ୟ ସ୍ବାର୍ଥକୁ ଆଗରେ ରଖି େକନ୍ଦ୍ର ସରକାରଙ୍କ ଠାରୁ କେତେ ଫାଇଦା ହାତେଇ ହେବ, ତାହାକୁ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ରାଜ୍ୟ ରାଜନୀତିରେ ସେମାନଙ୍କର ପତିଆରା ବଢୁଛି ଓ ଜାତୀୟ ରାଜନୀତିରେ ମୂଲଚାଲ ପାଇଁ େକ୍ଷତ୍ର ପ୍ରସ୍ତୁତ େହଉଛି। ଏଣୁ ସିଧା ସିଧା କୌଣସି ଜାତୀୟ ଦଳକୁ ଧରାଦେଇ ବିହାର ଭଳି ନିଜକୁ ଦୁଃସ୍ଥିତି ଭିତରକୁ ଟାଣି େନବାକୁ ଚାହୁଁନାହାନ୍ତି। ବିହାରରେ ଆରଜେଡିକୁ ଛାଡି ନୀତୀଶ କୁମାରଙ୍କ ଜେଡିୟୁ ବିଜେପି ହାତ ଧରିବା ପରେ ପତିଆରା ହ୍ରାସ ପାଇଥିବା କଥା କାହାକୁ ଅଛପା ନୁହେଁ।

ସମ୍ବନ୍ଧିତ ଖବର