ବାବୁଙ୍କୁ ସରକାରୀ ଛାଟ: ସିସିଆରରେ ସାମିଲ ହେବ ‘୫ଟି’, ୨ମାର୍କ ରହିବ

ଭଲ କଲେ ପ୍ରଶଂସା ମିଳିବ, ଭୁଲ କଲେ ଦଣ୍ଡବିଧାନ

ଭୁବନେଶ୍ବର: ପଞ୍ଚମ ପାଳି ଶପଥ ଗ୍ରହଣ ଦିନ ଟିମ୍‌ ୱାର୍କ-ଦଳଗତ କାର୍ଯ୍ୟ, ଟ୍ରାନ୍ସପରେନ୍ସିଂ-ସ୍ବଚ୍ଛତା ଓ ଟେକ୍ନୋଲୋଜି- ବୈଷୟିକ ଜ୍ଞାନ ସହିତ ଆଉ ୨ଟି ‘ଟି’ଯୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବର୍ତନ(ଟ୍ରାନ୍ସଫର୍ମେସନ୍‌) ପାଇଁ ପଞ୍ଚମ ପରିମାପକ ଭାବେ ସମୟ (ଟାଇମ୍)କୁ େଯାଡାଯାଇଥିଲା। ଏକ ଗତିଶୀଳ ପ୍ରଶାସନିକ ମଡେଲକୁ ଗୁରୁତ୍ବ ଦେବାକୁ ଯାଇ ନବୀନଙ୍କ ଏଭଳି ମନ୍ତ୍ର ପଛର ଅସଲ ଆଭିମୁଖ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଟାର୍ଗେଟ ଦେଇ ନବୀନ ଏଥର ଚୁପ ବସିବାକୁ ଚାହୁଁନାହାନ୍ତି। ନିକଟରେ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘୫ଟି’ ତଦାରଖ ଦାୟିତ୍ବ ଦେଇଥିଲେ, ଏବେ ଦକ୍ଷତା ମାପିବା ଲାଗି ନୂଆ କାର୍ଯ୍ୟକ୍ରମ ହାତକୁ େନଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି େଯ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ଏଣିକି ‘୫ଟି’ ସାମିଲ ହେବ। େମାଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଧାରିତ ମାପକାଠି ଅନୁସାରେ ଦିଆଯିବ। ବାକି ୨ ନମ୍ବର ରହିବ ‘୫ଟି’ ପାଇଁ। େଯଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୁଲା କାର୍ଯ୍ୟାନ୍ବୟନ େଯତେ ଭଲ କରିବେ, ସେମାନଙ୍କୁ ୨ମାର୍କରୁ ସେତିକି ମିଳିବ।

ଆଗୁଆ ପଦୋନ୍ନତି ମିଳିପାରେ, ଛଟେଇ େହାଇପାରନ୍ତି
୨୦୨୦ ଅଗଷ୍ଟ ୧୫କୁ ଲକ୍ଷ୍ୟ

ପୂର୍ବରୁ ଷଷ୍ଠ ବେତନ କମିସନ ଉତ୍ତମ ଦକ୍ଷତା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର େପ୍ରାତ୍ସାହନ କଥା କହିଥିଲେ। ହେଲେ ଏହା ସେ ସମୟରେ କାର୍ଯ୍ୟକାରୀ େହାଇପାରିନଥିଲା। ଉପରିସ୍ଥ ଅଧିକାରୀଙ୍କୁ ଧରି କିଛି ଦୁର୍ନୀତିଗ୍ରସ୍ତ ଓ କମ ଦକ୍ଷ ବାବୁ େଯଭଳି ସିସିଆରରେ ୧୦ରୁ ୧୦ ନମ୍ବର ହାତଉଥିଲେ। ଏବେ କିନ୍ତୁ ସରକାର େଯଭଳି ଆଭିମୁଖ୍ୟ ଗ୍ରହଣ କଲେଣି, ସେଥିରୁ ସେମାନେ ଆଉ ବର୍ତି ପାରିବେନାହିଁ। କେବଳ ସେତିକି ନୁହେଁ ଦୁର୍ନୀତିଗ୍ରସ୍ତ ବା େଲାକଙ୍କୁ ସରକାରୀ ସୁବିଧା େଯାଗାଣ େକ୍ଷତ୍ରରେ ବାଧକ ସାଜୁଥିବା ଅଧିକାରୀଙ୍କ ପାଇଁ ଦଣ୍ଡବିଧାନ କରାଯିବାକୁ ନିଷ୍ପତ୍ତି େହାଇଛି। େଲାକଙ୍କ ପାଇଁ କାମ କରୁଥିବା ତଥା ୫ଟି ସଫଳତାର ସହିତ କାର୍ଯ୍ୟାନ୍ବୟନ କରୁଥିବା ଅଧିକାରୀଙ୍କୁ ପୁରସ୍କାର ଦେବାକୁ ବି େଯାଜନା େହଉଛି। ଏପରିକି ଆଗୁଆ ପଦୋନ୍ନତି ମଧ୍ୟ ମିଳିପାରେ। ସରକାରକୁ ଉତ୍ତରଦାୟୀ କରିବା ପାଇଁ ନବୀନଙ୍କ ଏଭଳି କଡ଼ା ଆଭିମୁଖ୍ୟ ଏବେ ଚର୍ଚ୍ଚାର େଖାରାକ େଯାଗାଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ ଭଲ ପ୍ରଦର୍ଶନ କରି ମଧ୍ୟ ସବୁଥିରୁ ବଞ୍ଚିତ େହଉଥିବା ବାବୁଙ୍କ ମଧ୍ୟରେ ଆଶା ସୃଷ୍ଟି େହାଇଛି। ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ସରକାରୀ କର୍ମଚାରୀ କିଭଳି େନାଟ୍ ଲେଖୁଛନ୍ତି, ସରକାରଙ୍କ ଆଇନ ସଂପର୍କରେ ତାଙ୍କ ଜ୍ଞାନ, ଦୁର୍ବଳ ଶ୍ରେଣୀ ପ୍ରତି ଆଭିମୁଖ୍ୟ ଏସବୁ ମାପକାଠିକୁ ବିଚାରକୁ ନେଇ ସିସିଆର୍ ଦିଆଯାଉଥିଲା। ଏବେ ଏହି ମାପକାଠିରେ ରାଜ୍ୟ ସରକାର ‘୫ଟି’କୁ ସାମିଲ କରିବେ। ସେହିଭଳି ନିକଟରେ ଦୁର୍ନୀତି ଉପରେ କଡ଼ା ଆଭିମୁଖ୍ୟ ରଖିବାକୁ ଯାଇ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପ୍ରକ୍ରିୟା ଆରମ୍ଭ େହାଇଛି। ସମାନ୍ତରାଳ ଭାବେ ‘େମା ସରକାର’ ଆରମ୍ଭ େହବା ପରେ ଭଲ ପ୍ରଦର୍ଶନ କରୁଥିବା ଅଧିକାରୀଙ୍କୁ ତତ୍କାଳ ପ୍ରଶଂସା ଓ ଭୁଲ କରୁଥିବା ବା ସାଧାରଣ େଲାକଙ୍କୁ ନିରାଶ କରୁଥିବା ଅଧିକାରୀଙ୍କୁ ତତ୍କାଳ ନିଲମ୍ବନ ବା ଦଣ୍ଡବିଧାନ କରାଯିବ। ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଜ ଆଭିମୁଖ୍ୟ ସବୁ ବରିଷ୍ଠ ଅଧିକାରୀଙ୍କୁ ଜଣାଇ ସାରିଲେଣି।

ସବୁଠାରୁ ବଡ଼ କଥା ହେଲା, ୨୦୨୦ ଅଗଷ୍ଟ ୧୫କୁ ଲକ୍ଷ୍ୟ ରଖି ଆଉ େଗାଟିଏ ପ୍ରକ୍ରିୟା ଆରମ୍ଭ େହାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୂଆ ମୁଖ୍ୟଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀଙ୍କ ସହିତ ଆେଲାଚନା ଆରମ୍ଭ କରିଛନ୍ତି। ନିକଟରେ ବ୍ୟବସ୍ଥା ସଜା଼ଡିବାକୁ ଯାଇ ଅନ୍ ଲାଇନରେ ଖଜଣା ଆଦାୟ ଆରମ୍ଭ େହାଇଛି। ଏହି ବର୍ଷକ ମଧ୍ୟରେ ଯତେ ସବୁ କାର୍ଯ୍ୟ ପାଇଁ େଲାକଙ୍କୁ ସରକାରୀ ଅଫିସକୁ ଯିବାକୁ ପଡୁଛି, ସେସବୁ େକ୍ଷତ୍ରରେ ଅନ୍ ଲାଇନ୍ ସେବା େଯାଗାଇ ଦିଆଯିବ। ଏହା ଫଳରେ ସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି କମିବ େବାଲି ମୁଖ୍ୟମନ୍ତ୍ରୀ ଆଶା ରଖୁଛନ୍ତି। େଯଉଁ କର୍ମଚାରୀମାନେ ଅନ୍ ଲାଇନ୍ ବ୍ୟବସ୍ଥାରେ ମଧ୍ୟ େଲାକଙ୍କୁ ନିରାଶ କରିବେ, ସେମାନଙ୍କୁ ଚିହ୍ନଟ କରାଯିବ ଓ ଚାକିରିରୁ ବିଦା କରାଯିବ। ଉଲ୍ଲେଖଯୋଗ୍ୟ, ମେ’ ୨୯ ତାରିଖ ଦିନ ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳ ବୈଠକ ଡକାଯାଇଥିଲା। ନିର୍ବାଚନ ସମୟରେ େଲାକଙ୍କୁ େଯଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତଥା ଦଳୀୟ ଇସ୍ତାହାରକୁ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମର ମାନ୍ୟତା େଦଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟରେ ସମୟ ଜ୍ଞାନ ସଂପର୍କରେ ଠାରିଥିଲେ। ଆସନ୍ତା ୨୦୨୦ େମ’ ୨୯ ତାରିଖ ଦିନ େଲାକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଓ ରୂପାୟନ ସଂପର୍କରେ ସରକାର ଜଣାଇବେ େବାଲି ନବୀନ େଘାଷଣା କରିଥିଲେ। ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନଙ୍କୁ ରିେପାର୍ଟ ଦେବାକୁ କୁହାଯାଇଛି। ମନ୍ତ୍ରୀଙ୍କ ପ୍ରଦର୍ଶନ ସନ୍ତୁଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିଛି କି ନାହିଁ, ତାହା ଏଯାଏ ଜଣାପଡିନାହିଁ ବା ମୁଖ୍ୟମନ୍ତ୍ରୀ ବ୍ୟକ୍ତ କରିନାହାନ୍ତି। କିନ୍ତୁ ବାବୁମାନଙ୍କ ସଂପର୍କରେ ସରକାର ପ୍ରଥମ ଥର ପାଇଁ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର