ନୟାଗଡ଼: ଶନିବାର ସକାଳ ପ୍ରାୟ ୫: ୩୦ ସମୟରେ ନୂଆଗାଁ ଅଞ୍ଚଳର ସୋରଡ଼ା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ନୂଆପଡ଼ା ଜିଲ୍ଲା କୋମନା ତହସିଲ୍ଦାରଙ୍କର ମୃତ୍ୟୁ ଘଟିଛି। ତାଙ୍କ ଟାଭେରା କାର୍ର ଡ୍ରାଇଭର୍ ଆହତ ହୋଇ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ତହସିଲଦାରଙ୍କ ନାମ ସୁରେଶ କୁମାର ନନ୍ଦ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼।
ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଏକ ଟାଭେରା ଗାଡ଼ିରେ ତହସିଲଦାର ଯାଉଥିବା ସମୟରେ ବାଟରେ ରଖାଯାଇଥିବା ଏକ ଟ୍ରକ୍ ପଛରେ ତାଙ୍କ କାର୍ ଧକ୍କା ଖାଇଥିଲା। କୁହାଯାଉଛି ରାସ୍ତାରେ ଟ୍ରକ୍ ରଖି ଡ୍ରାଇଭର୍ ମୁହଁ ଧୋଉଥିଲା।
ଖବର ପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳକୁ ଯାଇଛି।