ଆଜି ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ନୂଆଦିଲ୍ଲୀ,/ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚବେ ଏବଂ ମଙ୍ଗଳବାର ଦିନ ଶପଥପାଠ ସହିତ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ରାଜ୍ୟପାଳ ଭାବେ ନିଯୁକ୍ତ ଶ୍ରୀ ଲାଲ ଏବେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ଅବସ୍ଥାନ କରୁଛନ୍ତି। ଆଜି କିଛି ସାମ୍ବାଦିକଙ୍କ ସହ ସାକ୍ଷାତକାର ବେଳେ ସମ୍ବିଧାନର ଆଇନ ମୁତାବକ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କିଏ କେଉଁ ପୃଷ୍ଠଭୂମିରୁ ଆସିଛନ୍ତି ତାହା ଉପରେ ଗୁରୁତ୍ୱାରୋପ ନକରି ନ୍ୟାୟୋଚିତ ଭାବେ ଦାୟିତ୍ୱ ତୁଲାଇବେ।

ଏଥିସହିତ, ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବିଚାର ବିମର୍ଶ କରିବା ସହ ସୁଶାସନକୁ ସେ ପ୍ରାଥମିକତା ଦେବେ ସେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର