ଫୁଲବାଣୀ: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, କରୋନା ଲକଡାଉନ୍ ଅବଧି ମଧ୍ୟରେ ସମୟାନୁବର୍ତ୍ତୀ ଭାବରେ, ଘରେ ଘରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ବ୍ୟବସ୍ଥା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିଲାଗି ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ଫୁଲବାଣୀ ସହରରେ ତାଜା ପନିପରିବା ଏବଂ ତେଜରାତି ସାମଗ୍ରୀ ପାଇଁ ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା ଆଜି ଆରମ୍ଭ କରାଯାଇଛି | କନ୍ଧମାଳ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ଏବଂ ମହିଳା ଏସ୍ ଏଚ୍ ଜି ଦ୍ୱାରା ପରିଚାଳିତ ଓଏଲଏମ୍ ର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାବାସୀମାନେ ଏହାକୁ ସ୍ବାଗତ କରିଛନ୍ତି।