ସରିଲା +୨ ଇନ୍‌ଷ୍ଟାଣ୍ଟ ଥିଓରି ପରୀକ୍ଷା

ଭୁବନେଶ୍ବର : ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ଥିଓରି ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ରାଜ୍ୟର ୩୩ଟି ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ମୋଟ ୮୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପରୀକ୍ଷା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ସୁପରିନ୍‌ଟେଣ୍ଡଣ୍ଟ, ଅବଜରଭର୍‌, ପରୀକ୍ଷକମାନଙ୍କୁ ନି‌ୟୋଜିତ କରାଯାଇଥିଲା। କପି ରୋକିବା ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଥିଲା। ଜୁଲାଇ ୧୯ ଓ ୨୦ରେ କଳା ଓ ବିଜ୍ଞାନ ବିଭାଗ ସମେତ କଳା ଓ ବାଣିଜ୍ୟ ବିଭାଗର ଡିଷ୍ଟାଣ୍ଟସ୍‌ ଏଜୁକେସନ୍‌ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ସପ୍ତାହରେ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଅଗଷ୍ଟ ୧୦ ସୁଦ୍ଧା‌ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ସମ୍ବନ୍ଧିତ ଖବର