ପୋଲସରା ବାଳିକା ଗଣଦୁଷ୍କର୍ମ ମାମଲା : ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରତିନିଧି ଦଳ

ବ୍ରହ୍ମପୁର : ୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୁନ୍ଦୁଲି ପୀଡ଼ିତା ଯେଭଳି ନ୍ୟାୟ ନପାଇ ଆତ୍ମହତ୍ୟା ବାଟ ବାଛି ନେଲେ, ସେଭଳି ଘଟଣାର ପୁନରାବୃତ୍ତି ନହେଉ। ଅନ୍ୟପକ୍ଷରେ, ପ୍ରଶାସନ ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅ‌ାନ୍ଦୋଳନ କରାଯିବ। ଘଟଣା ଘଟିଥିବା ଗଞ୍ଜାମ ପୋଲସରା ଅନ୍ତର୍ଗତ ହାତୀଓଟ ପଞ୍ଚାୟତ ଗସ୍ତ ପରେ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଏକ ପ୍ରତିନିଧି ଦଳ ଏହି ଚେତାବନୀ ଦେଇଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ପିସିସି ଉପସଭାପତି ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ବରେ ତଥ୍ୟାନୁସନ୍ଧାନକାରୀ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଗ˚ଜାମ ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ ଅଭିଯୋଗ କରି କହିଥିଲେ ଯେ, ଘଟଣା ଘଟିବାର ୪ ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଦିନକୁ ଦିନ ପୀଡ଼ିତାଙ୍କ ପରିବାରବର୍ଗ ନିଜ ବୟାନ ବଦାଳାଉ ଥିବା ଯୋଗୁଁ ଆଗାମୀ ଦିନରେ ପ୍ରକୃତ ଘଟଣା ଲୁଚିଯିବା ଆଶଙ୍କା ଦେଖାଦେଇଛି। ‘ ଆଉ ୩ଦିନ ଜିଲ୍ଲା ପ୍ରଶାସନକୁ ମହଲତ ଦିଆଯାଇଛି। ଏହା ମଧ୍ୟରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ’, ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ଅନ୍ୟତମ ଉପସଭାପତି କୈଳାସ ଆଚାର୍ଯ୍ୟ, ପିସିସି ଲିଗାଲ ସେଲର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ପୁଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ, ପିସିସି ସାଧାରଣ ସ˚ପାଦକ ନିଶିକାନ୍ତ ମିଶ୍ର, ଅନ୍ୟତମ ଉପସଭାପତି ତଥା ଗ˚ଜାମ ପ୍ରଭାରୀ ଶୁଭେନ୍ଦୁ ମହାନ୍ତିଙ୍କ ସମେତ ଗ˚ଜାମ ଜିଲ୍ଲା ସଭାପତି ଡା.ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ପୀତବାସ ପଣ୍ତା, ସାକା ସୁଜିତ କୁମାର, ନଗର ସଭାପତି ପ୍ରମୋଦ କୁମାର ଜେନା, ମହିଳା ସଭାନେତ୍ରୀ ସ୍ବରୂପା ତ୍ରିପାଠୀ, ଯୁବ ସଭାପତି ବିଶ୍ବଜିତ ପାତ୍ର, ଦେବୀ ପ୍ରସାଦ ବି‌ଷୋୟୀ ପ୍ରମୁଖଏହି ପ୍ରତିନିଧି ମଣ୍ଡଳୀରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର