ପୋଲାଭରମ ବିବାଦର ଆପୋଷ ସମାଧାନ ପାଇଁ ସୁପ୍ରିମ କୋର୍ଟରେ ପ୍ରସ୍ତାବ ଦେଲା ଓଡ଼ିଶା

ନୂଆଦିଲ୍ଲୀ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ସୁପ୍ରିମ କୋଟୋର ଚାଲିଥିବା ମାମଲାର ପରବର୍ତ୍ତୀ ଶୁଣାଣୀ ଫେବ୍ରୁଆରି ମାସରେ କରିବାକୁ ସୁପ୍ରିମ କୋର୍ଟ ଆଜି ଦିନ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯିବ।
ଆଜି ସୁପ୍ରିମକୋଟର ବିଚାରପତି ଜଷ୍ଟିସ ମଦନ ବି ଲକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୋଲାଭରମ ବିବାଦ ଉପରେ ଶୁଣାଣି କରିଥିଲେ। ଏହି ଅବସରରେ ଓଡ଼ିଶା ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଗୋପାଳ ସୁବ୍ରମଣ୍ୟମ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ସହିତ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ବିବାଦର ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି। ତେଣୁ ଏପରି ଏକ ଆନ୍ତରାଜ୍ୟ ବିବାଦ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ନ କରି ଆପୋଷ ଆଲୋଚନା ମାଧ୍ୟମରେ କରିବାକୁ ଓଡ଼ିଶା ସରକାର ଚାହୁଁଥିବା ନେଇ ଏକ ପ୍ରସ୍ତାବ ସୁପ୍ରିମ୍‌ କୋର୍ଟରେ ଦାଖଳ କରିଥିଲେ। ସୁପ୍ରମ୍‌ କୋର୍ଟ ଏହି ପ୍ରସ୍ତାବ ପାଇବା ପରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଓ ବିବାଦର ଆପୋଷ ସମାଧନା ପାଇଁ ଉଭୟ ପକ୍ଷଙ୍କୁୁ ସମୟ ଦେବା ଉଦ୍ଦେଶ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮ ମସିହା ଫେବ୍ରୁଆରି ମାସରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର