ଫାଙ୍କିଦେଲା ଶ୍ରୀମନ୍ଦିର ପ୍ରଶାସନ, ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ

ମତ ବଦଳାଇଲେ ମୁଖ୍ୟ ପ୍ରଶାସକ, ଗଣମାଧ୍ୟମ ମୁଣ୍ଡରେ ଦୋଷ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା, ଜୋର୍‌ ଧରିଲା କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇନାହିଁ। ମନ୍ଦିରରେ ପୂର୍ବ ପ୍ରଚଳିତ ଯେଉଁ ବ୍ୟବସ୍ଥା ଥିଲା ବର୍ତ୍ତମାନ ସେହି ବ୍ୟବସ୍ଥା ହିଁ ଚାଲିଛି। କିଛି ପରିବର୍ତ୍ତନ ହୋଇନାହିଁ। ଗଣମାଧ୍ୟମ‌ ଅଯଥା‌େର ଖାଲି ଧାଡି ଦର୍ଶନକୁ ନେଇ ଚର୍ଚ୍ଚା କରୁଛି। ଧାଡି ନୁହେଁ, ବରଂ ହାସେଲ୍‌ଫ୍ରି (ବାଧାବିହୀନ) ଦର୍ଶନ ଚାଲିଛି। କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ତିନିଦ୍ବାର ବାଟେ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଧାଡି ଦର୍ଶନ ବ୍ୟବସ୍ଥାକୁ ଏମିତି ଭାବରେ ଫାଙ୍କି ଦେଇଛନ୍ତିି। ଶ୍ରୀ ମହାପାତ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଯଦି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନ ଥିଲା ତେବେ ମୁଖ୍ୟ ପ୍ରଶାସକ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା େନଇ ଘୋଷଣା କରିଥିଲେ କାହିଁକି? ପ୍ରତି ଦିନେ ଦୁଇ ଦିନ ଅନ୍ତରରେ ଏହା କରାଯିବ ବୋଲି ସେ କହିନଥିଲେ କି? ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଅକ୍ଟୋବର ୩ ତାରିଖରେ ଶ୍ରୀକ୍ଷେତ୍ରରେ ଯେଉଁ ଲଙ୍କାକାଣ୍ଡ ହେଲା ସେଥି ପାଇଁ ଜଗନ୍ନାଥ ଧାମ ସମଗ୍ର ଦେଶରେ ନିନ୍ଦିତ ହେଲା। ଯାହାକୁ ନେଇ ଏତେ ପାଲା ହେ‌ଲା ତାକୁ େନଇ ଅକଳରେ ପଡିବା ପରେ ଏବେ ପ୍ରଶାସନ ଫାଙ୍କି ଦେଉଛି?

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଅକ୍ଟୋବର ପହିଲାଠାରୁ ଶ୍ରୀମନ୍ଦିର ପ୍ରଶ‌ାସନ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏଥିପାଇଁ ବାଇଶି ପାହାଚ ଉପରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇଥିଲା। ମନ୍ଦିର ପ୍ରଶ‌ାସନ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରୁଛି ବୋଲି ସେତେବେଳେ ଘୋଷଣା କରିଥିବା ବେଳେ ସେବକ ଓ ସ୍ଥାନୀୟ ନେତା ଏହାକୁ ପ୍ରବଳ ବିରୋଧ କରିଥିଲେ। ଧାଡ଼ି ବ୍ୟବସ୍ଥା ବିରୋଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେଦିନ ପୁରୀରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ଭଙ୍ଗାରୁଜା, ପୋଡ଼ାଜଳା ଯୋଗୁ କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିଲା। ଏହି ଘଟଣାର ନିଆଁ ଏବେ ବି ଲିଭିନାହିଁ। ପୁଲିସ ଏଯାବତ ୧୧୭ ଜଣଙ୍କୁ ଗିରଫ କରିଥିବାବେଳେ ଶତାଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଆନ୍ଦୋଳନରେ ନେତୃତ୍ବ ନେଇଥିବା ନେତାମାନେ ଗିରଫ ଭୟରେ ଫେରାର ରହିଛନ୍ତି। ଯାହାକୁ ନେଇ ଏତେ କାଣ୍ଡ ଘଟିଗଲା, କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହେଲା, ତା‌କୁ ଆଜି ମୁଖ୍ୟ ପ୍ରଶାସକ ଅତି ହାଲୁକା ଢଙ୍ଗରେ ମନ୍ତବ୍ୟ ଦେଇ ଫାଙ୍କି ଦେଇଛନ୍ତି। କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ପୂର୍ବରୁ ମନ୍ଦିର ବାହା‌େର ଓ ଭିତରେ ଯାହା ବ୍ୟବସ୍ଥା ଥିଲା ତାହା ଏବେ ବି ବଳବତ୍ତର ରହିଛି ବୋଲି ମତ ରଖିଛନ୍ତି। ମନ୍ଦିର ପ୍ରଶାସନ ଯଦି ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରିଛି ବୋଲି ପୂର୍ବରୁ ସୂଚନା ଦେଇଥାନ୍ତେ ତେବେ ପୁରୀରେ ଏତେ ବଡ ହିଂସାକାଣ୍ଡ ଘଟିନଥାନ୍ତା ବୋଲି ଆଜି ଭକ୍ତମାେନ ପ୍ରତିକ୍ରିୟା ପ୍ରକାଶକରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ହାସେଲ ଫ୍ରି (ବାଧାବିହୀନ) ଦର୍ଶନ ପାଇଁ ପ୍ରସ୍ତାବ ରଖିଥିବା ବେଳେ ଏହାକୁ ଧାଡି ଦର୍ଶନ‌ର ରୂପ କିଏ ଦେଲା, ଏହା ପଛର ନାୟକ କିଏ, ତାର ତଦନ୍ତ କରିବାକୁ ଦାବି ହୋଇଛି। ପୁରୀ ହିଂସା ପାଇଁ ସ୍ଥାନୀୟ ଲୋକ ପ୍ରଶାସନକୁ ହିଁ ଦାୟୀ କରିଛନ୍ତି। ବିନା ଆଲୋଚନା ଓ ମତାମତ ନ ନେଇ ଏତେ ବଡ ପଦକ୍ଷେପ ନେଇଥିବା ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଆଉ େଗାଟିଏ ମହଲ କହିଛନ୍ତି, ରାଜ୍ୟ ସରକାର ସୁେରଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ େଯଉଁ କମିଟି ଗଠନ କଲେ, ତା ସହିତ ଶ୍ରୀମନ୍ଦିର ପ୍ରଶାସନର ସମନ୍ବୟ ରହିଲା ନାହିଁ, ଯାହା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି େହାଇଛି। େତବେ ବୁଦ୍ଧିଜୀବୀ ମହଲର କହିବା କଥା େହଉଛି, ଧାଡିଦର୍ଶନ ବ୍ୟବସ୍ଥା ନେଇ ଦାବି କରୁଥିବା ବ୍ୟକ୍ତିବିେଶଷ ଏବେ ଏଥିେର ଥିବା ତ୍ରୁଟି େଦଖି ଡରିଗଲେଣି। କାରଣ ପୁରୀ ଅନ୍ୟ ମନ୍ଦିର ଭଳି ନୁେହଁ, ଯେଉଁଠି ଦର୍ଶନକୁ ଗୁରୁତ୍ବ ଦିଆଯାଏ। ଏଠାେର ମହାପ୍ରଭୁଙ୍କ ନୀତିକୁ ସର୍ବାଦୌ ଗୁରୁତ୍ବ ଦିଆଯାଏ। ଏଣୁ ପ୍ରଶାସନ େଯଉଁ ବ୍ୟବସ୍ଥା କଲା, ତାହା ସାଧାରଣ େଲାକଙ୍କୁ ଆଶ୍ବସ୍ତ କରିବା ବଦଳରେ ବିପଦକୁ େଠଲି େଦଇଛି। ଭକ୍ତମାେନ ନାହିଁନଥିବା ଦୁର୍ଦଶାର ଶିକାର େହାଇଛନ୍ତି। େକବଳ େସତିକି ନୁେହଁ, ଏମିତି କୌଣସି ଦିନ କାର୍ତିକରେ ଯାଇନାହିଁ, ଯେଉଁଦିନ ଶ୍ରୀମନ୍ଦିରରେ ଭକ୍ତମାେନ ଧା଼ଡିରେ ଯାଇ ଅକଥନୀୟ ଦୁର୍ଦଶାରେ ପଡିନାହାନ୍ତି। ଏହାଦ୍ବାରା ଜନମତ ବିେରାଧରେ ଯାଉଥିବା ଲକ୍ଷ୍ୟ କରିବା ପରେ ସରକାର ଏମିତି ପଦକ୍ଷେପ େନବାକୁ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର