କୁଚିଣ୍ଡାରୁ ପୁଣି ଜବତ ହେଲା ୪ ଲକ୍ଷ ଟଙ୍କା

କୁଚିଣ୍ଡା : କୁଚିଣ୍ଡା ପୁଲିସ୍‌ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଜବତ କରିଛି। ଝାରସୁଗୁଡ଼ା ମଙ୍ଗଲବଜାରର ମହମ୍ମଦ ଆଲମ ନାମକ ଜଣେ ବ୍ୟକ୍ତି ମୋଟର ସାଇକଲରେ ଆସୁଥିଲେ। ରବ୍‌ଡେଗା ନିକଟରେ ତନଖି କରୁଥିବା କୁଚିଣ୍ଡା ପୁଲିସ୍‌ ତାଙ୍କଠାରୁ ନଗଦ ୪ ଲକ୍ଷ ଟଙ୍କା ପାଇଥିଲା। ପୁଲିସ୍‌ ଟଙ୍କା ଜବତ କରି କୁଚିଣ୍ଡା ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ ଜମା କରିଛି। ସୂଚନାଯୋଗ୍ୟ କୁଚିଣ୍ଡା ପୁଲିସ୍‌ ଭିନ୍ନଭିନ୍ନ ବ୍ୟକ୍ତିଙ୍କଠାରୁ ମଙ୍ଗଳବାର ୧ ଲକ୍ଷ ୧୦ ହଜାର, ସୋମବାର ୩ ଲକ୍ଷ ୧୩ ହଜାର ଓ ରବିବାର ସଂଧ୍ୟାରେ ୭୦ ହଜାର ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର