ନିର୍ବାଚନୀ ପରିଚାଳନା: ୯୦ ଲକ୍ଷ ଟଙ୍କା, ୨.୪୧ କୋଟିର ମଦ ଜବତ

ଭୁବନେଶ୍ବର : ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା ପାଇଁ ବର୍ତମାନ ସୁଦ୍ଧା ଫ୍ଲାଇଂ ସ୍କ୍ୱାଡ୍‌ ଏବଂ ପୁଲିସ୍‌ ୮୯ ଲକ୍ଷ ୪୧ ହଜାର ୭୦ ଟଙ୍କା ଜବତ କରିଛି। ସେହିପରି ବିଭିନ୍ନ ଜିଲ୍ଲାରେ ପ୍ରାୟ ୨ କୋଟି ୪୧ ଲକ୍ଷ ୧୮ ହଜାର ୩୬୨ ଟଙ୍କାର ମଦ ଜବତ କରିଛନ୍ତି ଅବକାରୀ ବିଭାଗ ଓ ପୁଲିସ୍‌।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ଆଜିସୁଦ୍ଧା ବିଭିନ୍ନ ଜିଲ୍ଲାରେ ୭୧୪୬ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଅଟକ ରହିଛନ୍ତିି ୩୫୯୬୫ ଜଣ ସନ୍ଦିଗ୍ଧ ବ୍ୟକ୍ତି। ୪୪୮୭ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ହୋଇଛି। ଲାଇସେନ୍ସ ନଥିବା ୧୭୪ଟି ଅସ୍ତ୍ରଶସ୍ତ୍ର ଏବଂ ୨୫୮.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ବି ହୋଇଛି। ଆଜି ସୁଦ୍ଧା ରାଜ୍ୟର ଆଦର୍ଶ ଆଚରଣ ବିଧି ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୧୬ ଲକ୍ଷ ୨୧ ହଜାର ୧୪ଟି ହୋର୍ଡିଂ, େପାଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବି ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୫୨ ହଜାର ୧୧୧ଟି ହୋର୍ଡିଂ, େପାଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି। ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ଆଜି ସୁଦ୍ଧା ୧୨୪୭୭ଟି ଅଭିେଯାଗ ଗ୍ରହଣ କରାଯାଇ ସେଗୁଡ଼ିକର ତ୍ୱରିତ ସମାଧାନ କରାଯାଇଥିବା ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର