କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରୁ ଆରମ୍ଭ କରି ପଦୋନ୍ନତି, ବିଭିନ୍ନ ସାମଗ୍ରୀ କିଣା ଓ ଆର୍ଥିକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି ବୋଲି ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଆସିଥିବା ଦୁଇ ଜଣିଆ ତଦନ୍ତକାରୀ ଟିମ୍ ବିଭିନ୍ନ ଫାଇଲ୍ ଓ ରେକର୍ଡ ଯାଞ୍ଚ କରିବା ପରେ ପ୍ରାଥମିକ ଭାବେ ଏ ସବୁ ଦୁର୍ନୀତିର ପ୍ରମାଣ ପାଇଥିବା ସୂଚନା ମିଳିଛି। ସୂଚନା ଅଧିକାର କର୍ମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତି ଓ ଡକ୍ଟର ନୃସିଂହ ଷଡ଼ଙ୍ଗୀ ଆରଟିଆଇ ଆଧାରରେ ଏସବୁ ତଥ୍ୟ ପାଇବା ପରେ ଏ ସଂପର୍କରେ କୁଳାଧିପତି ଏବଂ ସରକାରଙ୍କ ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ।