ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠା ସମ୍ପାଦକ ରଣଜିତ ଗୁରୁ ଗୁରୁତର ଅସୁସ୍ଥ ଅବସ୍ଥାରେ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୩୦ ତାରିଖରେ ଶ୍ରୀ ଗୁରୁ ପାରିବାରିକ ପୂଜାକାର୍ଯ୍ୟ ନିମନ୍ତେ ନିଜ ଗାଁ ବରଗଡ଼ ଜିଲ୍ଲାର ମହଖଣ୍ଡକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ ସଂକ୍ରମଣଜନିତ ଜ୍ୱରରେ ପୀଡ଼ିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧ ତାରିଖରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ନିମୋନିଆ ସଂକ୍ରମଣ କାରଣରୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନାଯୋଗ୍ୟ କିଛି ବର୍ଷ ପୂର୍ବରୁ ଶ୍ରୀ ଗୁରୁଙ୍କ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା।