ରାଜ୍ୟ କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବକୁ ମଂଜୁରୀ: ଆଇଆଇଏମ୍‌ ସମ୍ବଲପୁରକୁ ଯୋଗାଇବେ ୧୮୧.୭୭ ଏକର ଜମି

ଭୁବନେଶ୍ୱର: ଆଇଆଇଏମ୍‌ ସମ୍ବଲପୁରକୁ ରାଜ୍ୟ ସରକାର ୧୮୧.୭୭ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିପିୟୁଟିରୁ ପ୍ରୋ ଚାନ୍ସଲର ପଦବିକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ବୈଠକରେ ହୋଇଥିବା ଅନ୍ୟତମ ନିଷ୍ପତ୍ତି ଅନୁସାରେ କୋରାପୁଟର ୩ଟି ବ୍ଲକରେ ମେଗା ପାଇପ୍‌ଲାଇନ୍‌ ପ୍ରକଳ୍ପ ନିର୍ମାଣ ହେବ। ୩ଟି ପ୍ରକଳ୍ପରୁ ୨୬୮ ଗାଁର ୨ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ଏହି କାମ ୨ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଦଶପଲ୍ଲା-ବଲାଙ୍ଗୀର ରେଳପ୍ରକଳ୍ପ ପାଇଁ ସରକାର ୮୮୧ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଓପିଏସ୍‌ସି ରିପୋର୍ଟ ୨୦୧୧-୧୨ ଓ ୨୦୧୨-୧୩କୁ ମଂଜୁରୀ ଦେଇଛନ୍ତି।

ସମ୍ବନ୍ଧିତ ଖବର