ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବାକୁ ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘର ଚେତାବନୀ
ଭୁବନେଶ୍ବର: ସରକାର ସମସ୍ୟା ସମାଧାନ ନ କଲେ ଆସନ୍ତା ‘ଗୁରୁ ଦିବସ’କୁ କଳା ଦିବସ ଭାବରେ ପାଳନ କରାଯିବ ବୋଲି ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘ ଚେତାବନୀ ଦେଇଛି । ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp