ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ‘ସମ୍ବାଦ’କୁ ଜଣାଇଛନ୍ତି ଯେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ବ୍ୟବସାୟୀମାନେ ୧୮ ତାରିଖ ଦିନ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ନିଜ ଅନୁଷ୍ଠାନକୁ ବନ୍ଦ ରଖିବେ। ସେଦିନ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ।
ଶ୍ରୀ ପଣ୍ଡା କହିଛନ୍ତି ଯେ,ଆତଙ୍କବାଦୀ ଦମନ କ୍ଷେତ୍ରରେ ବ୍ୟବସାୟୀ ସମୁଦାୟ ସରକାରଙ୍କ ପଛରେ ରହିଛି । ସରକାର ଦୃଢ ହସ୍ତରେ ଏହାର ଦମନ କରିବା ଦରାକର।