ଗାଡ଼ି ଚେକିଂ ବେଳେ ପୁଲିସକୁ ମହିଳା କହିଲେ- ‘ମୁଁ ହେଲ୍ମେଟ୍ ପିନ୍ଧିବି ନାହିଁ …ଏଇଟା ମୋ ଇଚ୍ଛା’
ଏଭଳି ଢ˚ଗରେ ପୁଲିସ ଅଫିସରଙ୍କ ସହିତ ଯୁକ୍ତି କରିଛନ୍ତି ଜଣେ ମହିଳା ଗାଡ଼ି ଚାଳକ
କଟକ : ….. ‘ ହେଲ୍ମେଟ୍ ମୁଁ କୋଉଦିନ ବି ପିନ୍ଧେ ନାହିଁ ।’
….. ‘ ଯେଉଁମାନେ ପିନ୍ଧୁଛନ୍ତି ପିନ୍ଧନ୍ତୁ।’
…… ‘ ହେଲ୍ମେଟ୍ ଯିଏ ପିନ୍ଧୁଛନ୍ତି, ସିଏ କଣ ମରୁ ନାହାନ୍ତି।’
……‘ ମୋ ଗାଡ଼ି ନିଅ। ଚାବି ନିଅ। ମତେ ନେଇଯିବ କି?’
…… ‘ ଖାଲି ଗାଡ଼ିର କାଗଜପତ୍ର, ନା ମୋର ବି ଲାଇସେନ୍ସ ଦରକାର? ଦେହ ସାରା ମାରିଦେଇ ବୁଲିବି…?’
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଢ˚ଗରେ ପୁଲିସ ଅଫିସରଙ୍କ ସହିତ ଯୁକ୍ତି କରିଛନ୍ତି ଜଣେ ମହିଳା ଗାଡ଼ି ଚାଳକ। ଆଜି ମଧୁପାଟଣା ଟ୍ରାଫିକ ପୋଷ୍ଟରେ ଜଣେ ମହିଳା ହେଲ୍ମେଟ୍ ନପିନ୍ଧି ସ୍କୁଟି ଚଳାଇଥିବାରୁ ପୁଲିସ ତାଙ୍କୁ ଅଟକାଇଥିଲା। ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ତାଙ୍କଠାରୁ ହେଲ୍ମେଟ୍ ନ ପିନ୍ଧିବା ଅଭିଯୋଗରେ ମଟର ଯାନ ଆଇନ ଅନୁଯାୟୀ ୧ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ମଧୁପାଟଣା ଟ୍ରାଫିକ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।
ଆଜିଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲ˚ଘନ କରୁଥିବା ଗାଡ଼ି ଚାଳକଙ୍କୁ ଧରପଗଡ଼ ଜୋରଦାର ଆରମ୍ଭ ହୋଇଥିବାବେଳେ କଟକ କମିସନରେଟ୍ ପୁଲିସ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଚେକି˚ କରିଥିଲା। ମଧୁପାଟଣା ଟ୍ରାଫିକ ପୋଷ୍ଟ୍ରେ ଦିନ ପ୍ରାୟ ୧୧ଟା ବେଳେ ବକ୍ସିବଜାରର ଜଣେ ମହିଳା ଦୀପ୍ତିମୟୀ ନନ୍ଦ ମଧୁପାଟଣାରେ ଥିବା ଅଫିସକୁ ଯାଉଥିଲେ। କିନ୍ତୁ ହେଲ୍ମେଟ୍ ନ ପିନ୍ଧିଥିବାରୁ ପୁଲିସ ତାଙ୍କ ଗାଡ଼ି ଅଟକାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମହିଳାଜଣକ ଉତ୍କ୍ଷିପ୍ତ ହୋଇ ଉଠିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଯେଉଁ ଜାଗାରେ ଗାଡ଼ି ଚେକି˚ କରିବା କଥା ସେଠାରେ କରାଯାଉ ନାହିଁ। ଘରକୁ ଚାଲାଣ ଗଲେ ଗାଡ଼ି ବିକି ଦେବେ ବୋଲି କହିଥିଲେ ଉକ୍ତ ମହିଳା। ଏହି ଭିଡିଓ ଆଜି ସୋସିଆଲ୍ ମିଡିଆରେ ଲକ୍ଷାଧିକ ସ˚ଖ୍ୟାରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି।
ଗାଡ଼ି ଚେକିଂ ବେଳେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଧକ୍କା
କଟକ ଲିଙ୍କ୍ରୋଡ୍ଠାରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ପ୍ରାୟ ୧୨ଟା ବେଳେ ଟ୍ରାଫିକ୍ କନ୍ଷ୍ଟେବଳ ମହେଶ୍ବର ମାଡକାନୀ ଗାଡ଼ି ଚେକି˚ କରୁଥିଲେ। ଖୋର୍ଧା ବାଲିଅନ୍ତାର କଲେଜ ଛାତ୍ର ମହମ୍ମଦ ଜାଭେଦ୍ ପର୍ୱେଜ୍ ଓରଫ ବାବୁ(୨୧) ଏକ ବଜାଜ ପଲ୍ସର ବାଇକ୍(ଓଡି ୦୨-ଏଡି ୨୮୩୧)ରେ ମଧୁପାଟଣା ଆଡ଼କୁ ଆସୁଥିଲେ। କନଷ୍ଟେବଳ ମହେଶ୍ବର ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ବାବୁ ତାଙ୍କୁ ଧକ୍କା ମାରି ଖସି ଯାଉଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଘଟଣାସ୍ଥଳରେ ଉଭୟ ତଳେ ପଡ଼ି ଆହତ ହୋଇଥିଲେ। ମହେଶ୍ବରଙ୍କୁ ଗୁରୁତର ଆହତ ଅବସ୍ଥାରେ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ପୁଲିସ ଧକ୍କା ଦେବା ଅଭିଯୋଗରେ ବାବୁଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି। ଅନ୍ୟପଟେ ସେ ହେଲ୍ମେଟ୍ ପିନ୍ଧି ନଥିବା ଅଭିଯୋଗରେ ଟ୍ରାଫିକ ପୁଲିସ ତାଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।ନାବାଳକ ପୁଅ ପାଇଁ ବାପାଙ୍କୁ ୬ ହଜାର ତଣ୍ଡ
ସେହିପରି ଖାନନଗର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳକ ହୋଣ୍ତା ଆକ୍ଟିଭା ଗାଡ଼ି ଚଳାଉଥିବା ବେଳେ ଦିନ ପ୍ରାୟ ୧୨ଟା ବେଳେ ଟ୍ରାଫିକ ପୁଲିସ ଗାଡ଼ି ଅଟକାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ତାଙ୍କ ବାପା ସେଠାରେ ପହଞ୍ଚିଥିଲେ। ପୁଅ ମୋବାଇଲ୍ରେ କଥା ହେବା ପାଇଁ ୫ ହଜାର ଏବ˚ ହେଲ୍ମେଟ୍ ନପିନ୍ଧିବା ପାଇଁ ୧ ହଜାର ଟଙ୍କାର ଜରିମାନା ବାପା ଦେଇଥିଲେ। ଏହା ଆଜି କଟକ ସହରରେ ଚର୍ଚ୍ଚା ସୃଷ୍ଟି କରିଛି।