ଢେଙ୍କାନାଳ: ରେଳଲାଇନରେ ହାତୀ, ଅଟକିଲା ଟ୍ରେନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ହଳଦୀବାହାଳିଆ ନିକଟସ୍ଥ ଗୌଡ଼କାଟେଣୀ- ରେଡା ଗ୍ରାମ ନିକଟରେ ଗତ କିଚି ଦିନ ହେବ ୪୦ ଟି ହାତୀ ବୁଲାଚଲା କରୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସକାଳୁ ସକାଳୁ ହାତୀ ପଲ ରାସ୍ତା ପାର ହେଉଥିବାରୁ ଲୋକେ ଦୂରରେ ଠିଆ ହୋଇ ସେମାନଙ୍କୁ ଦେଖିଥିଲେ।

ଠିକ୍‌ ସେହିପରି ଆଜି ସକାଳେ ମେରାମୁଣ୍ଡୁଳି- ନିମବହାଲ ଅଞ୍ଚଳରେ ୨୦ଟି ହାତୀଙ୍କୁ ନେଇ ହାତୀ ପଲ ରେଳଲାଇନ୍‍ ପାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ସେହି ସମୟରେ କଟକ- ତାଳଚେରା ରେଳଲାଇନ୍‌ରେ ରାୟପୁରରୁ ପୁରୀ ଆସୁଥିବା ଟ୍ରେନ୍‌ ଅଧ ଘଣ୍ଟା ଅଟକି ରହିଥିଲା।

ସମ୍ବନ୍ଧିତ ଖବର