ବୈଜୟନ୍ତଙ୍କ ସ୍ଥାନରେ କିଏ?କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ତନାଘନା

ପ୍ରାର୍ଥୀ ହେବା ପାଇଁ ଜିଲ୍ଲା ନେତା ଦେଖାଉନାହାନ୍ତି ଆଗ୍ରହ ଦଳ ଜିତିବ, ଭରସା ଦେବାକୁ ବି କୁନ୍ଥକୁନ୍ଥ

ଭୁବନେଶ୍ବର: ଓଡ଼ିଶା ରାଜନୀତିର ସବୁଠାରୁ ସମ୍ବେଦନଶୀଳ େକନ୍ଦ୍ରାପଡା େଲାକସଭା ଆସନରେ କିଏ େହବ ବିେଜଡି ପ୍ରାର୍ଥୀ? ଜିଲ୍ଲାର ଅଭିଜ୍ଞ ତଥା ବିଚକ୍ଷଣ ବିଧାୟକମାନଙ୍କୁ ଏଠାରେ ପ୍ରାର୍ଥୀ କରାଯିବ ନା ଅପେକ୍ଷାକୃତ ଜଣେ ସ୍ବଚ୍ଛ ଓ ନିର୍ମଳ ବ୍ୟକ୍ତିଙ୍କୁ ବିେଜଡି ମୁଖିଆ ନବୀନ ପଟ୍ଟନାୟକ ବୈଜୟନ୍ତଙ୍କ ବିେରାଧରେ ଅସ୍ତ୍ର କରି ସଫଳ ହେବେ? ବିଜେଡିର ଏକ ନମ୍ବର ଶତ୍ରୁ େବାଲି କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରିବା ପରେ ଏବେ ରାଜନୈତିକ ମହଲରେ ଏଭଳି କିଛି ପ୍ରଶ୍ନ ଉପରେ ତର୍ଜମା ଚାଲିଛି। ବୈଜୟନ୍ତଙ୍କୁ ଧୂଳି ଚଟାଇ ନବୀନ ତାଙ୍କର େଲାକପ୍ରିୟତା ପ୍ରମାଣ କରିବେ ନା େକନ୍ଦ୍ରାପଡା ଜିଲ୍ଲା ରାଜନୀତିର ଚିତ୍ର ପାଞ୍ଚ ଦଶନ୍ଧି ପରେ ବଦଳିବ, େସ େନଇ ହିସାବ ନିକାସ ଆରମ୍ଭ େହାଇଗଲାଣି। ବିଜେଡି େଠାସ୍ କି ପଦକ୍ଷେପ େନବାକୁ ଯାଉଛି, ରଣନୀତି କ’ଣ, େସକଥା େକହି ଠଉରାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ବିଜେଡି ଆଭ୍ୟନ୍ତରୀଣ ଖବରକୁ ବିଶ୍ବାସ କରାଗଲେ, ଜିଲ୍ଲାର ଅତ୍ୟନ୍ତ କ୍ଷମତାଶାଳୀ େନତାମାେନ ଏ ପର୍ଯ୍ୟନ୍ତ ଏହି ଆସନରେ ବିଜେଡି ଏକପାଖିଆ ଭାବେ ସବୁଥର ଭଳି ଜିତିବ, ଏ ଭରସା େଦଇପାରିନାହାନ୍ତି। ଫଳରେ େକନ୍ଦ୍ରାପଡା ଜିଲ୍ଲା ରାଜନୀତି ଗଣିତ ଅଧିକ େରାଚକ ସ୍ଥିତିକୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା େଶଷ େହାଇଛି। ଏବେ ବିଜେଡି େନତୃତ୍ବ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କସରତ ଚଳାଇଛନ୍ତି। ବାଲେଶ୍ବର, ଭଦ୍ରକ ଠାରୁ ଆରମ୍ଭ କରି ଯାଜପୁର, ଜଗତସିଂହପୁର, କଟକ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ କିଏ ପ୍ରାର୍ଥୀ େହବେ େସ େନଇ ସହମତି େଗାଟାଉଛନ୍ତି େନତାମାନେ। ହେଲେ େକନ୍ଦ୍ରାପଡା େଲାକସଭା ଆସନ କିନ୍ତୁ ଶାସକ ବିଜେଡି ପାଇଁ ଏକରକମ ମୁଣ୍ଡ ବିନ୍ଧାର କାରଣ େହାଇଛି। ବିଜେଡି ପାଇଁ ଏହି ଆସନ ତିନିଟି ଦୃଷ୍ଟିରୁ ମହତ୍ତ୍ବ ରଖୁଛି। ପ୍ରଥମତଃ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ ମସିହାରେ ଏହି ଆସନରୁ ବୈଜୟନ୍ତଙ୍କୁ େଲାକସଭା ପାଇଁ ପ୍ରାର୍ଥୀ କରିଥିଲେ। ସେ ୨୦୧୪ରେ ବି ନିର୍ବାଚନ ଜିତିଥିଲେ। ବିେଜଡିରୁ ବିଦା େହାଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଏଠାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି। ଏଥର ପରୀକ୍ଷା େହବ େଯ ନବୀନଙ୍କ େଲାକପ୍ରିୟତା ଓ ପ୍ରତିଷ୍ଠା ବିନା ବୈଜୟନ୍ତଙ୍କ ଅସ୍ତିତ୍ବ ଅଛି ନା ନାହିଁ? ଦ୍ବିତୀୟତଃ, ବୈଜୟନ୍ତ ପଦ୍ମ ଧରିବା ପରେ ନିଜକୁ ଅତ୍ୟନ୍ତ ପ୍ରଭାବଶାଳୀ େବାଲି ଚିତ୍ରଣ କରିଚାଲିଛନ୍ତି। ନିଜ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବି ହାତେଇଛନ୍ତି ଓ େଯଉଁମାନଙ୍କ ପାଇଁ ଦଳର ଦ୍ବାର ଏକଦା ବନ୍ଦ ଥିଲା, ଜଣକ ପରେ ଜଣଙ୍କୁ ସାମିଲ କରି ନିଜର ପତିଆରା ପ୍ରଦର୍ଶନ କରୁଛନ୍ତି। ଯଦି ବୈଜୟନ୍ତ େକନ୍ଦ୍ରାପଡାେର ନିଜ େଲାକପ୍ରିୟତା ପ୍ରମାଣ କରିପାରିବେ, ତେବେ ଆଗାମୀ ଦିନରେ ରାଜ୍ୟ ବିଜେପି ନିୟନ୍ତ୍ରଣ କରିବା ତାଙ୍କ ପାଇଁ ବେଶି ଦୂର ନୁହେଁ। ଏ ନିର୍ବାଚନରେ େସ ପ୍ରମାଣ କରିବାକୁ ଚାହିଁବେ େଯ ସେ ରାଜ୍ୟ ବିଜେପିର ଅନ୍ୟ େନତାଙ୍କ ଠାରୁ ଅତ୍ୟନ୍ତ ଦକ୍ଷ ଓ େଯାଗ୍ୟ ବି। ବରଂ ଅନ୍ୟମାନଙ୍କ ଭଳି ଦଳ ତାଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିନାହିଁ। ଏମିତି ହେଲେ, ଅସନ୍ତୁଷ୍ଟ ବିେଜଡି େନତାଙ୍କ ପାଇଁ ନିର୍ବାଚନ ପରେ ବିେଜପି େବଶି ଦୂର େହାଇନପାରେ।

ତୃତୀୟତଃ,େକନ୍ଦ୍ରାପଡା େହଉଛି ବିଜୁ ବାବୁଙ୍କର କର୍ମଭୂମି। ତାଙ୍କରି ଆଦର୍ଶକୁ ଦଶନ୍ଧି ଧରି ସାଙ୍ଗରେ ରଖି ଏହି ଆସନ ପୂର୍ବରୁ ଜନତାଦଳ ଦଖଲ କରୁଥିଲା ଓ ଏବେ ବିଜେଡି ଜିତି ଆସୁଛି। ଏଣୁ ଏହି ଧାରା ବଜାୟ ରହିବ ନା ୨୦୧୯ ନିର୍ବାଚନ ଏଥିରେ ପୂର୍ଣ୍ଣଛେଦ ଟାଣିବ, ତାହା େଦଖିବା କଥା। ଏେତ ସବୁ କଥା ପାଇଁ େକନ୍ଦ୍ରାପଡା େଲାକସଭା ଆସନର ପ୍ରାର୍ଥୀ ଚୟନ ପାଇଁ ବିଜେଡି େନତୃତ୍ବ ଚାପରେ ରହିବା ସ୍ବାଭାବିକ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଯୁକ୍ତି କିନ୍ତୁ ଏ େକ୍ଷତ୍ରରେ ଟିକିଏ ଭିନ୍ନ। ଏହି ମହଲର କହିବା କଥା େହଉଛି, ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ େକନ୍ଦ୍ରାପଡାର େନତାମାନଙ୍କୁ ମନ୍ତ୍ରିମଣ୍ଡଳରେ ଓ ସଂଗଠନରେ ମାତ୍ରାଧିକ ଗୁରୁତ୍ବ େଦଇଛନ୍ତି। ଏକଦା ବିଜୁ ବାବୁଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥିବା େବଦ ପ୍ରକାଶ ଅଗ୍ରଵାଲଙ୍କୁ ନବୀନଙ୍କ କ୍ୟାବିେନଟରେ ଗ୍ରାମ୍ୟ ଉନ୍ନୟନ ଓ ଖାଦ୍ୟ େଯାଗାଣ ଓ ଖାଉଟି କଲ୍ୟାଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିଲା। ସେ ହାରିଯିବା ପରେ ବି ତାଙ୍କୁ ରାଜ୍ୟ େଯାଜନା େବାର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଦଳୀୟ ପଦ ପଦବିରେ ମଧ୍ୟ ତାଙ୍କୁ ସବୁ ସମୟରେ ଅନୁରୂପ ସ୍ବୀକୃତି ମିଳିଛି। ଏବେ ସେ ଦଳ ପାଇଁ ତୃଣମୂଳସ୍ତରରେ ଯୁଝୁଥିବା ଯୁବ େନତାଙ୍କୁ ବିଧାନସଭା ଆସନ ପାଇଁ ଟିକେଟ୍ େଦବାକୁ ସୁପାରିସ କରି ନିଜ ଆଡୁ ବୈଜୟନ୍ତଙ୍କ ବିେରାଧରେ ଲଢିବା ଲାଗି ହୁଂକାର େଦବା କଥା। ସେହିପରି ବିଜେଡିର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଟିେକଟ୍ କାଟିବା ପରେ ରାଜନୀତିର ଧାର ଧାରିନଥିବା ତଥା ସାମ୍ବାଦିକ ବୃତ୍ତିରେ ଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ପାଟକୁରା ଭଳି ଆସନ େଟକି ଦେଇଥିଲେ। ଯୁବ ସଂଗଠନ ଦାୟିତ୍ବ େଦଇଥିେଲ ଓ ପରେ ମନ୍ତ୍ରୀ ପଦ ବି। ଜିଲ୍ଲା ରାଜନୀତିରେ ଅତନୁଙ୍କ ଦବଦବା କିଛି କମ ନାହିଁ। େସ ନିଜ ଆଡୁ େଲାକସଭା ଆସନ ପାଇଁ ଆଗ୍ରହ େଦଖାଇବା ସହିତ ବାସ୍ତବରେ ବୈଜୟନ୍ତଙ୍କ ତୁଳନାରେ ତାଙ୍କର େଲାକପ୍ରିୟତା ଅଧିକ ଏ ଅଗ୍ନି ପରୀକ୍ଷା େଦବାପାଇଁ ଏହାକୁ ଏକ ପ୍ରକୃଷ୍ଟ ସୁେଯାଗ ଭଳି ବ୍ୟବହାର କରିପାରିେବ। ସେହିଭଳି ଏକଦା ବୈଜୟନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ରାଜ୍ୟସଭା ସାଂସଦ ପ୍ରତାପ େଦବ ଓ ତାଙ୍କ ପରିବାର ପ୍ରତି ନବୀନଙ୍କ ଅନୁଗ୍ରହ କିଛି କମ ନାହିଁ। ସେ ନିଜ ଆସନ ଅନ୍ୟ କନିଷ୍ଠ ବା ଛାମୁଆ େନତାଙ୍କୁ ଛାଡି ବଲାଙ୍ଗୀର ରାଜ ପରିବାର ଭଳି େଲାକସଭା ପ୍ରାର୍ଥୀ ଭାବେ ମଧ୍ୟ ଲଢିବା ଲାଗି ସାହସ େଦଖାଇଲେ କର୍ମୀ ନିଶ୍ଚିତ ଉତ୍ସାହିତ େହବେ। କେବଳ ସେତିକି ନୁହଁ, ମାହାଙ୍ଗା ବିଧାୟକ ପ୍ରତାପ େଜନା ମଧ୍ୟ ଏହି ଧାରାରେ ସାମିଲ େହବାର ଆବଶ୍ୟକତା ରହିଛି। ତେବେ ଜିଲ୍ଲା ନେତାମାେନ ଏଯାଏ ଆଗ୍ରହ ନ େଦଖାଇବା ଘଟଣା େସମାନଙ୍କର ଜିଲ୍ଲା ଉପରେ ଥିବା କର୍ତୃତ୍ବ ପ୍ରତି କେବଳ ପ୍ରଶ୍ନ ଚିହ୍ନ ଲଗାଉଛି ତା ନୁହଁ, ତାଙ୍କ କର୍ମୀଙ୍କ ଉପରେ େସତିକି ପ୍ରଚଣ୍ଡ ବିଶ୍ବାସ ନାହିଁ, ଏହା ବି ପରୋକ୍ଷରେ ସୂଚାଉଛି।

ଏହି ମହଲର ଆହୁରି କହିବା କଥା େହଉଛି, ଏସବୁ େନତାମାେନ ନିଜେ ନ ଲଢିଲେ ନାହିଁ, େନତୃତ୍ବକୁ ଏ ବିଶ୍ବାସ ଅନ୍ତତଃ େଦବା ଦରକାର େଯ ବୈଜୟନ୍ତଙ୍କୁ ଗୁରୁତ୍ବ ନ େଦଇ ନବୀନ େସମାନଙ୍କୁ ଭରସା ରଖନ୍ତୁ। ନିଜ ନିଜ ନିର୍ବାଚନମଣ୍ଡଳୀରୁ ଏତେ ଅଧିକ େଭାଟ େଲାକସଭା ପ୍ରାର୍ଥୀଙ୍କୁ ଅଜାଡି ଦିଆଯିବ େଯମିତି ବୈଜୟନ୍ତଙ୍କ ବିେରାଧରେ ଦଳର େଯ କୌଣସି କର୍ମୀ ମଧ୍ୟ ଲଢି ଜିତିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାରେ େଯଭଳି ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ସମଗ୍ର ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି, ଠିକ୍ େସହିଭଳି ଏକ ପ୍ରାର୍ଥୀଙ୍କୁ ଆଣି େକନ୍ଦ୍ରାପଡାରେ ପ୍ରାର୍ଥୀ କରାଗଲେ, ଏକଥା ନିଶ୍ଚିତ ପ୍ରମାଣିତ େହବ େଯ ବୈଜୟନ୍ତଙ୍କ ପ୍ରତିଷ୍ଠା ନୁହଁ, ବରଂ ନବୀନଙ୍କ େଲାକପ୍ରିୟତା ହିଁ ବିଜେଡିର ଅସଲ ସମ୍ପତ୍ତି।

ସମ୍ବନ୍ଧିତ ଖବର