ହ୍ଵାଟ୍‌ସଆପ୍‌ ବିଷୟରେ ଏହି ୪ଟି କଥା ଯାହା ଆପଣଙ୍କୁ ଜାଣିବା ଦରକାର

ପ୍ରତି ସ୍ମାର୍ଟଫୋନ୍‌ରେ ଏବେ ହ୍ଵାଟ୍‌ସଆପ ମେସେଞ୍ଜର୍‌ ରହିବା ସହ ଏହାର ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଲୋକମାନେ ଏଥିରେ ଥିବା ଫିଚର୍‌କୁ ଭଲ ପାଇବା ସହ କମ୍ପାନି ମଧ୍ୟ ଏହାର ଫିଚର୍‌କୁ କିପରି ଉନ୍ନତ ହୋଇ ପାରିବ ସେଥିପାଇଁ ଚେଷ୍ଟା କରି ଚାଲିଛି । ତେବେ ହ୍ଵାଟ୍‌ସଆପ ସହ ଜଡ଼ିତ ଅନେକ କଥା ଏପରି ରହିଛି ଯାହା ବୋଧହୁଏ ଆପଣମାନେ ଜାଣି ନଥିବେ । ତେବେ ଆଜି ଆମେ ଜଣାଇବୁ ହ୍ଵାଟ୍‌ସଆପ ସହ ଜଡ଼ିତ ୫ଟି କଥା, ଯାହା ପ୍ରତି ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର ।

୧.ସାଙ୍ଗମାନଙ୍କୁ ଟଙ୍କା ପଠାଇ ପାରିବେ
ଯଦି ଆପଣ ଆପଣଙ୍କ ସାଙ୍ଗଠାରୁ ଆଣିଥିବା ଟଙ୍କା ଫେରାଇବାକୁ ଚାହୁଁଛନ୍ତି ତେବେ ଅନ୍ୟ କେଉଁ ଆପ୍‌ ବ୍ୟବହାର ନ କରି ହ୍ଵାଟ୍‌ସଆପ ମାଧ୍ୟମରେ ହିଁ ଆପଣ ତାହା କରି ପାରିବେ । କିଛି ଦିନ ପରେ ଏହି ବ୍ୟବସ୍ଥାଟି ହ୍ଵାଟ୍‌ସଆପରେ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି । ଏହି ସୁବିଧା ହେବା ପରେ ହ୍ଵାଟ୍‌ସଆପର ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ମିଳିବ।

୨.ଏବେ ଆପଣ ହ୍ଵାଟ୍‌ସଆପରେ ୟୁ ଟ୍ୟୁବ୍‌ ଭିଡ଼ିଓ ଦେଖିପାରିବେ । ଏଥି ପାଇଁ ଆପଣଙ୍କୁ ହ୍ଵାଟ୍‌ସଆପକୁ ଛାଡ଼ି ୟୁ ଟ୍ୟୁବ୍‌କୁ ଯିବାକୁ ପଡ଼ିବ ନାହିଁ । ଆପ୍‌ ଅପଡ଼େଟ୍‌ କରିବା ପରେ ଆପଣ ହ୍ଵାଟ୍‌ସଆପ ମଧ୍ୟରେ ହିଁ ୟୁ ଟ୍ୟୁବ୍‌ ଭିଡ଼ିଓ ଦେଖି ପାରିବେ । ସବୁଠାରୁ ବଡ଼ କଥା ହେଲା ଆପଣ ଆପ୍‌ ମଧ୍ୟରେ ଚାଟ୍‌ କରୁଥିବା ବେଳେ ଭିଡ଼ିଓ ଦେଖି ପାରିବେ । ବାସ୍‌ ପ୍ଲେ ବଟନ୍‌ ମାରିବା ପରେ ତାହା ଆପେ ଆପେ ପ୍ଲେ ହୋଇଯିବ ।

Lifewire

୩.ଏବେ ଆପଣ ହ୍ଵାଟ୍‌ସଆପରେ ପଠାଉଥିବା ଫଟୋରେ ସମୟ, ତାରିଖ ଏବଂ କିଛି ନୂଆ ନୂଆ ଷ୍ଟିକର ଲଗାଇ ପାରିବେ ଏବଂ ଲୋକେସନ ମଧ୍ୟ ଆଡ଼୍‍ କରି ପାରିବେ । ଏହି ସବୁ ଜିନିଷକୁ ଫଟୋରେ ଆଡ଼୍‍ କରିବା ପାଇଁ ଯାହାକୁ ପଠାଇବାକୁ ଚାହୁଁଛନ୍ତି ତାଙ୍କର ଚାଟ୍‌ ବକ୍ସ ଖୋଲି ସେଠାରେ ଥିବା +ଆଇକନକୁ ଚିପି ଧରନ୍ତୁ । ଏହା ପରେ ଫଟୋ ଏବଂ ଭିଡ଼ିଓ ଲାଇବ୍ରେରିକୁ ଯାଇ ଯାହା ପଠାଇବାକୁ ଚହୁଁଛନ୍ତି ତାକୁ ବାଛି ନିଅନ୍ତୁ । ବାଛି ସାରିବା ପରେ ଉପରେ ଥିବା ଇମୋଜିକୁ ବାଛି ଫଟୋରେ ଆଡ଼୍‍ କରନ୍ତୁ । ଏହି ଭଳି ଭାବରେ ଏବେ ଆପଣମାନେ ଲୋକେସନ ଏବଂ ସମୟ ବି ଦେଇ ପାରିବେ ।

୪. ଯଦି ଆପଣ ଅନ୍‌ଲାଇନ୍‌ ଅଛନ୍ତି ବୋଲି କାହାକୁ ଜଣାଇବାକୁ ଚାହାନ୍ତି ନାହିଁ ତେବେ ସେଟିଙ୍ଗକୁ ଯାଆନ୍ତୁ । ଏହା ପରେ ଆକାଉଣ୍ଟ ଯାଇ ପ୍ରାଇଭେସି ଉପରେ କ୍ଲିକ୍‌ କରନ୍ତୁ । ଏହା ପରେ ଆପଣଙ୍କର ଲାଷ୍ଟସିନ୍‌ ଅପ୍‌ସନ ଆସିଯିବ । ଏହା ଉପରେ କ୍ଲିକ୍‌ କରି ଲାଷ୍ଟସିନ୍‌ ହାଇଡ଼୍‍ କରି ନିଅନ୍ତୁ ।

YouTube
ସମ୍ବନ୍ଧିତ ଖବର