ଆସନ୍ତାକାଲି ସିଙ୍ଗାପୁରରେ ଓଡ଼ିଶା ଦିବସ

ସିଙ୍ଗାପୁରକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ

ଭୁବନେଶ୍ବର :ଆସନ୍ତା ୪ ତାରିଖ ଦିନ ସିଙ୍ଗାପୁରରେ ଓଡ଼ିଶା ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଓଡ଼ିଶାରୁ ସିଙ୍ଗାପୁର ନିଆଯାଇଛି। ଆସନ୍ତାକାଲି ସିଙ୍ଗାପୁରକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବ। ଏଥିରେ ମଧ୍ୟ ଅନ୍ୟ କେତେକଙ୍କୁ ନିଆଯିବ। ଏହି ଅତିଥିଙ୍କ ସମେତ ସେଠାରେ ଥିବା ଓଡ଼ିଆମାନେ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ରାଜ୍ୟର ହସ୍ତଶିଳ୍ପ, ହସ୍ତକଳା, ମିଲେଟ୍‌ ମିସନ, ମିସନ ଶକ୍ତି, ଆଶା କର୍ମୀ ପ୍ରଭୃତି ବିଭିନ୍ନ ସ୍ତରରୁ ବ୍ୟକ୍ତିମାନଙ୍କୁ ନିଆଯାଇଛି।

ସମ୍ବନ୍ଧିତ ଖବର