ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ: ପଞ୍ଜାବ ବିଜେତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ୪ ସହର ଓ ୯ ଭେନ୍ୟୁରେ ଖେଳାଯାଇଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ବବିଦ୍ୟାଳୟ ଗୋଟିଏ ସଂସ୍କରଣ ବ୍ୟବଧାନରେ ପୁଣି ବିଜେତା ‌ହୋଇଛି। ଏହି ବିଶ୍ବବିଦ୍ୟାଳୟ ୨୬ ସ୍ବର୍ଣ୍ଣ ସହ ୬୯ ପଦକ ଜିତିଥିବାବେଳେ ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ ୨୪ ସ୍ବର୍ଣ୍ଣ ସହ ୬୮ ପଦକ ଜିତି ଉପ ବିଜେତା ହୋଇଛି। କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ ୧୬ ସ୍ବର୍ଣ୍ଣ ସହ ୩୨ ପଦକ ଜିତି ତୃତୀୟ ସ୍ଥାନ ଦଖଲ କରିଛି। ଶୀର୍ଷ ୧୦ ଭିତରେ କୌଣସି ଓଡ଼ିଶା ବିଶ୍ବବିଦ୍ୟାଳୟ ସ୍ଥାନ ପାଇନାହିଁ।

କିଟ୍‌ ୫ ସ୍ବର୍ଣ୍ଣ, ୫ ରୌପ୍ୟ, ୧ କାଂସ୍ୟ ସହିତ ମୋଟ ୧୧ ପଦକ ଜିତି ୧୫ତମ ସ୍ଥାନରେ ରହିଥିବାବେଳେ ଉତ୍କଳ ୨ ସ୍ବର୍ଣ୍ଣ ସହ ୬ ପଦକ ଜିତି ୩୩ତମ ଏବଂ ସମ୍ବଲପୁର ୧ ସ୍ବର୍ଣ୍ଣ ସହ ୩ ପଦକ ଜିତି ୪୯ତମ ସ୍ଥାନରେ ଅଭିଯାନ ଶେଷ କରିଛି। ମିଳିତ ଭାବେ ଓଡ଼ିଶା ପାଇଁ ଏହି ୩ ବିଶ୍ବବିଦ୍ୟାଳୟ ୮ ସ୍ବର୍ଣ୍ଣ, ୯ ରୌପ୍ୟ, ୩ କାଂସ୍ୟ ସହ ୨୦ ପଦକ ଜିତିଛନ୍ତି। ୧୨ ଦିନିଆ ଏହି ପ୍ରତିଯୋଗିତାରେ ୨୦୩ ବିଶ୍ବବିଦ୍ୟାଳୟ ଅଂଶଗ୍ରହଣ କରିଥିବାବେଳେ ୧୩୧ ବିଶ୍ବବିଦ୍ୟାଳୟ ଅନ୍ୟୁନ ଗୋଟିଏ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏଠାରେ ମୋଟ ୧୧ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ‌ହୋଇଥିଲା।

ସମ୍ବନ୍ଧିତ ଖବର