୧୧ ବର୍ଷ ଝିଅର ଆଖିରୁ ବାହାରୁଛି ମଲା ପିମ୍ପୁଡ଼ି : ଡ଼ାକ୍ତର ମଧ୍ୟ ଜାଣି ପାରୁ ନାହାନ୍ତି କାରଣ

ବାଙ୍ଗାଲୁରୁ: କର୍ଣ୍ଣାଟକର ଆଣ୍ଡିଜି ଗ୍ରାମରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ୧୧ ବର୍ଷର ଝିଅ ଅଶ୍ୱିନୀଙ୍କ ଆଖିରୁ ମଲା ପିମ୍ପୁଡ଼ି ବାହାରୁଛି! ଏହାର କାରଣ ଡ଼ାକ୍ତର ଜାଣିପାରିନଥିବା ବେଳେ ଉପଚାର ପାଇଁ କେବଳ ଏକ ଆଇଡ଼୍ରପ ଦେଇଛନ୍ତି । ତେବେ ଗତ ୧୦ ଦିନ ମଧ୍ୟରେ ଅଶ୍ୱିନୀଙ୍କ ଆଖିରୁ ମୋଟ ୬୦ ଟି ପିମ୍ପୁଡ଼ି ବାହାରି ସାରିଲାଣି । ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ ।

୧୧ ବର୍ଷର ଅଶ୍ୱିନୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି । ଦିନେ ସକାଳୁ ଉଠିବା ସମୟରେ ତାଙ୍କ ଆଖି ଜଳିବା ସହିତ ଏଥିରୁ ଦୁଇଟି ମଲାପିମ୍ପୁଡ଼ି ବାହାରିଥିଲା । ସେ ପିମ୍ପୁଡ଼ିକୁ ବାହାର କରିବା ସହ ଘଟଣାକୁ ଏତେଟା ଧ୍ୟାନ ଦେଇନଥିଲେ । କିନ୍ତୁ କିଛି ଘଣ୍ଟା ପରେ ପୁଣି ଥରେ ତାଙ୍କ ଆଖିରୁ ମଲା ପିମ୍ପୁଡ଼ି ବାହାରିବା ସହ ବହୁତ ଜୋରରେ ଆଖି ପୋଡ଼ିବା ଆରମ୍ଭ ହୋଇଥିଲା । ଏନେଇ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯିବାରୁ ପ୍ରଥମେ ଘଟଣା ବିଷୟରେ ଶୁଣି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିିଛି ସମୟ ଚିକିତ୍ସା କରିବା ପରେ ତାଙ୍କୁ ଆଖିରେ ଆଇଡ଼୍ରପ ପକାଇବା ପାଇଁ ଦେଇଥିଲେ । ଡ଼ାକ୍ତର ଏହାର କାରଣ ଅଶ୍ୱିନୀ ଶୋଇବା ସମୟରେ ତାଙ୍କ କାନ ମଧ୍ୟ ଦେଇ ପିମ୍ପୁଡ଼ି ପଶିିଯାଇ ପାରିଥାଏ ଏବଂ ଆଖି ଆଡ଼େ ବାହାରି ଯାଇଥାଏ ବୋଲି କହିଥିଲେ  ।

janman.tv

ଡ଼ାକ୍ତରଙ୍କୁ ଦେଖାଇବା ପରେ ଯେତେବେଳେ ଅଶ୍ୱିନୀଙ୍କ ଆଖିରୁ ପିମ୍ପୁଡ଼ି ବାହାରିବା ବନ୍ଦ ହୋଇ ନ ଥିଲା ପରିବାର ଲୋକ ତାଙ୍କୁ ଜ୍ୟୋତିଷଙ୍କୁ ଦେଖାଇଥିଲେ । କିନ୍ତୁ ଜ୍ୟୋତିଷ ମଧ୍ୟ ଆଖିରୁ ପିମ୍ପୁଡ଼ି ବାହାରିବାର କାରଣ କିଛି କହି ପାରି ନ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଶ୍ୱିନୀଙ୍କ ଆଖିରୁ ମୋଟ ୬୦ଟି ମଲା ପିମ୍ପୁଡ଼ି ବାହାରି ସାରିଲାଣି ।

 

ସମ୍ବନ୍ଧିତ ଖବର