ଇଣ୍ଡୋନେସିଆ : ସମୁଦ୍ର ଗର୍ଭରେ ରହିଛି ଆକର୍ଷଣୀୟ ପ୍ରାଚୀନ ମନ୍ଦିର

ଜାକର୍ତ୍ତା : ଇତିହାସରେ ଏପରି ଅନେକ ସ୍ଥାନ ବିଷୟରେ କୁହାଯାଇଛି ଯାହାର ଅସ୍ତିତ୍ୱ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ସେହି ସ୍ଥାନମାନଙ୍କର ଆବିଷ୍କାର ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଥିବା ବେଳେ କିଛି ସ୍ଥାନକୁ ଖୋଜି ବାହାର କରାଯାଇଛି । ସେହିପରି ଏକ ସୁନ୍ଦର ହିନ୍ଦୁ ମନ୍ଦିରର ଅବସ୍ଥିତି ଇଣ୍ଡୋନେସିଆର ସମୁଦ୍ର ମଧ୍ୟରେ ମିଳିଛି । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ କିଛି ଅଜଣା କଥା ।

nari.punjabkesari.in

ଭାରତୀୟ ସଂସ୍କୃତି ଓ ସ୍ଥାପତ୍ୟର ସ୍ମାରକୀ ପ୍ରାଚୀନ ହିନ୍ଦୁ ମନ୍ଦିର ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ସେହିଭଳି ଏକ ପୁରୁଣା ଭଗ୍ନ ମନ୍ଦିର ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି ।

nari.punjabkesari.in

ଏହି ମନ୍ଦିରରେ ଶିବ ଭଗବାନଙ୍କୁ ପୂଜା କରାଯାଉଥିବାର ଜଣାପଡ଼ିଛି। ମନ୍ଦିରରେ ଶିବଙ୍କ ବ୍ୟତୀତ ୫୦୦୦ ହଜାର ବର୍ଷ ପୁରୁଣା ବିଷ୍ଣୁ ମୂର୍ତ୍ତି ମଧ୍ୟ ରହିଛି । ଏହି ମନ୍ଦିର ସମୁଦ୍ର ଗର୍ଭରୁ ମିଳିଛି । ଏଣୁ ସାଧାରଣତଃ ଲୋକ ଏହାକୁ ଡାଇଭିଙ୍ଗ କିମ୍ବା ସୁଇମିଙ୍ଗ କରିବା ସମୟରେ ଦେଖିପାରିବେ। ସମୁଦ୍ର ମଧ୍ୟରେ ଥିବା ଏହି ମନ୍ଦିର ଭଗ୍ନାବଶେଷ ଭଳି ଦେଖାଯାଇଥାଏ । ସ୍ଥାନୀୟ ଲୋକ ଏହାକୁ ଦ୍ୱାରିକା ନଗରୀ ସହ ତୁଳନା କରିଥାନ୍ତି ।

nari.punjabkesari.in

କାରଣ ଦ୍ୱାରିକା ନଗରୀ ସମୁଦ୍ର ତଟରେ ଅବସ୍ଥିତ ଥିଲା ଯାହା ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା । ଏହି ମନ୍ଦିରରେ ବିଷ୍ଣୁ ଓ ଶିବଙ୍କ ବ୍ୟତୀତ ବୁଦ୍ଧ ଏବଂ ଅନ୍ୟନ୍ୟା ଦେବୀଦେବତାଙ୍କର ମୂର୍ତ୍ତି ଦେଖିବା ପାଇଁ ମିଳିଥାଏ ।

ସମ୍ବନ୍ଧିତ ଖବର