ନୂଆଦିଲ୍ଲୀ: ୧୦ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଉତ୍ତମ ଫଳ ହାସଲ କରିବାରେ ଅନୁଷ୍କା ପଣ୍ଡାଙ୍କୁ ଗୁଣସୂତ୍ର ବିକୃତି ବାଧା ଦେଇ ପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବୋର୍ଡ ପରୀକ୍ଷାରେ ୯୭. ୮% ନମ୍ବର ରଖି ସେ ଭିନ୍ନ-କ୍ଷମ ବର୍ଗରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ସେ ଗଣିତ ଓ ହିନ୍ଦୀ ବିଷୟରେ ୯୯, ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ୯୮ ଏବଂ ଇଂରାଜୀରେ ୯୫ ନମ୍ବର ରଖିଛନ୍ତି।
ଗୁରୁଗ୍ରାମର ସନ୍ସିଟି ସ୍କୁଲ୍ର ଛାତ୍ରୀ ଅନୁଷ୍କା ମଧ୍ୟ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା। ଗାୟକ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ଅନୁଗାମିନୀ, ପଣ୍ଡାଙ୍କର ଇଚ୍ଛା ସେ ଜଣେ ସଫ୍େଓ୍ଵର୍ ଇଞ୍ଜିନିୟର୍ ହେବେ।
ସେ ମସ୍କ୍ୟୁଲାର୍ ସ୍ପାଇନାଲ୍ ଏଟ୍ରୋଫି ରୋଗରେ ଆକ୍ରାନ୍ତ ହୋଇଥିବାରୁ ହୁଇଲ୍ଚେୟାର୍ରେ ବସି ରହୁଛନ୍ତି। ଦୀର୍ଘ ସମୟ ଧରି ମଧ୍ୟ ପଢ଼ାପଢ଼ି କରି ପାରୁ ନାହାନ୍ତି। ଘଣ୍ଟାଏ ପଢ଼ିଲା ପରେ ଶୋଇ ଯାଆନ୍ତି, କିନ୍ତୁ ସେ ଅତି ନିଷ୍ଠାପର। ସେ ସ୍ପାଇନାଲ୍ ବ୍ରେସ୍ ପିନ୍ଧୁଥିବାରୁ ଦୀର୍ଘ ସମୟ ବସି ପାରୁ ନାହାନ୍ତି ବୋଲି ତାଙ୍କ ବାପା ଅନୁପ ପଣ୍ଡା କହନ୍ତି।
ତାଙ୍କର ବାପା କହନ୍ତି: ସବୁ ସତ୍ତ୍ୱେ ଅନୁଷ୍କା ଚାହେଁ ତାଙ୍କୁ କଦାପି ଜଣେ ଦିବ୍ୟାଙ୍ଗ ଦୃଷ୍ଟିରେ ଦେଖା ନ ଯାଉ।
ସ୍କୁଲ୍ ତରଫରୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ୍ ଯୋଗାଇ ଦିଆଯାଇଛି।
ପରୀକ୍ଷାରେ ଉତ୍ତର ଲେଖିବା ପାଇଁ ତାଙ୍କୁ ମିଳିଥିବା ବହକା ସମୟକୁ ସେ କେବେ ବିନିଯୋଗ କରିବାକୁ ଚାହିଁ ନ ଥିଲେ। ଅଢ଼େଇ ଘଣ୍ଟା ମଧ୍ୟରେ ହିଁ ସେ ସବୁ ଉତ୍ତର ସାରି ଦେଉଥିଲେ। ପରୀକ୍ଷା ପ୍ରସ୍ତୁତିରେ ସେ କେବେ ଜଣେ ସ୍ୱତନ୍ତ୍ରବର୍ଗର ପିଲାଭାବେ ପରିଚିତ ହେବାକୁ ଚାହୁଁ ନ ଥିଲେ।
ଅଢ଼େଇ ଘଣ୍ଟାରେ ହିଁ ସେ ସବୁ ପ୍ରଶ୍ନପତ୍ରର ସମାଧାନ କରୁଥିଲେ ବୋଲି ତାଙ୍କ ବାପା କହିଛନ୍ତି।
ପରୀକ୍ଷାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି ଜାଣିବା ପରେ ସେ ବାସ୍ତବିକ ଉଲ୍ଲସିତ ହୋଇଥିଲେ। ସେ କହନ୍ତି: ଫଳାଫଳ ଦେଖିବା ପରେ ସେ ଖୁସି ହୋଇଥିଲେ, କିନ୍ତୁ ଶୀର୍ଷସ୍ଥାନ ହାସଲ କରିଛନ୍ତି ଜାଣିବା ପରେ ଉଲ୍ଲସି ଉଠିଥିଲେ। ପ୍ରଥମ ଦିନରୁ ହିଁ ମୁଁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି। ପ୍ରତି ବିଷୟ ପାଇଁ ମୁଁ ଦୈନିକ ଅନ୍ୟୂନ ଅଧଘଣ୍ଟାଏ ସମୟ ବିନିଯୋଗ କରୁଥିଲି।
ସଫଳତା ସେଲିବ୍ରେଟ୍ କରିବା ପାଇଁ ସେ ଗୋଟାଏ ପିଜ୍ଜା ମଗାଇଛନ୍ତି। ସଫଳତା ପାଇଁ ପିତାମାତା ଏବଂ ଶିକ୍ଷକଶିକ୍ଷିକାମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।
ପିତାମାତାଙ୍କର ଏକମାତ୍ର ପିଲା ହେଉଛନ୍ତି ଅନୁକ୍ଷା। ବାପା ତାଙ୍କର ଭିଓ୍ଵାଡ଼ିସ୍ଥିତ ଏକ ଏମ୍ଏନ୍ସିରେ ଯୋଗାଣ ଶୃଙ୍ଖଳ ମୁଖ୍ୟ ଭାବେ କାମ କରନ୍ତି। ମାଆ ଗୁରୁଗ୍ରାମସ୍ଥିତ ଅନ୍ୟ ଏକ ଏମ୍ଏନ୍ସିରେ କାମ କରନ୍ତି।
ଚାପମୁକ୍ତ ହେବା ପାଇଁ ଅନୁକ୍ଷା ସଙ୍ଗୀତ ଶୁଣନ୍ତି।
ପଢ଼ିବାକୁ, ଚିତ୍ର କରିବାକୁ ଓ ସଙ୍ଗୀତ ଶୁଣିବାକୁ ମତେ ସୁଖ ଲାଗେ। ଗତ ୧୦ ବର୍ଷ ହେବ ମୁଁ ଗୀତ ଶିଖୁଛି ବୋଲି ସେ କହନ୍ତି।
ସଙ୍ଗୀତକୁ ପେଶା କରିବେ କି, ବୋଲି ପଚାରନ୍ତେ ସେ କହିଲେ ମୁଁ ଅଧ୍ୟାପନା କ୍ଷେତ୍ରକୁ ଯିବି। ସଙ୍ଗୀତ ପ୍ରତି ମୋର ଶ୍ରଦ୍ଧାର କାରଣ ଭିନ୍ନ। ତାହା କେବଳ ମୋ ନିଜ ପାଇଁ।