ସାଧାରଣତଃ ଜୋତା ପଲିସ୍ ବା ମରାମତି କରିବାର କାମକୁ ଲୋକମାନେ ଛୋଟ ଭାବନ୍ତି । ତାହାକୁ ହିଁ ମୁମ୍ବାଇର ଜଣେ ଯୁବକ ନିଜର ବଡ ବ୍ୟବସାୟ ଗଢ଼ିଛନ୍ତି । ସନ୍ଦୀପ ଗଜକସ୍ ଆଜି ଦ-ସୁ-ଲଣ୍ଡ୍ରିଂ ବ୍ୟବସାୟ ଚଳାନ୍ତି। ସେ ତାଙ୍କର ସ୍ୱତନ୍ତ୍ର ବ୍ୟାବସାୟିକ ଆଇଡିଆ କାରଣରୁ ବହୁତ ସଫଳତା ହାସଲ କରିଛନ୍ତି। ଆଜି ତାଙ୍କର କମ୍ପାନି ଦେଶର ୧୦ଟି ରାଜ୍ୟରେ ପହଞ୍ଚିି ସାରିଛି । କେବଳ ଏତିକି ନୁହେଁ, ସନ୍ଦୀପଙ୍କ କମ୍ପାନି ଅନେକ ପ୍ରସିଦ୍ଧ ବ୍ରାଣ୍ଡ ଯଥା ପ୍ୟୁମା, ରିବକ, ନାଇକ୍ ଏବଂ ଫିଲା ସମେତ ଆହୁରି କେତେକ ବଡ ବଡ କମ୍ପାନି ସହିତ ଜଡିତ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଦେଶ ଯିବାର ନିଷ୍ପତ୍ତି ବଦଳାଇ ସୁ ଲଣ୍ଡ୍ରିଂର ବିଜନେସ କଲେ ଆରମ୍ଭ ସନ୍ଦୀପ ଗଜକସ୍(୩୬ବର୍ଷ)। ସନ୍ଦୀପଙ୍କ କହିବାନୁସାରେ, ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫାୟାର ଇଂଜିନିୟରିଂରୁ ଇଂଜିନିୟରିଂ ଡିଗ୍ରି ସାରିବା ପରେ ଚାକିରି ପାଇଁ ଗଲ୍ଫ ଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସେହି ସମୟରେ ୯/୧୧ ଆତଙ୍କବାଦୀ ଆକ୍ରମଣ ହେଲା ଯାହା ପରେ ସେ ବିଦେଶ ଯିବାର ନିଷ୍ପତ୍ତିରୁ ଓହରି ଗଲେ । ଏବଂ ‘ସୁ-ଲଣ୍ଡ୍ରିଂ’ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ।
ପ୍ରାରମ୍ଭିକ ସମୟରେ ଟଙ୍କା ୧୨,୦୦୦ ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କଲେ ଏବଂ ବାଥରୁମକୁ ୱାର୍କସପ୍ ବନାଇ ସାଙ୍ଗ ଓ ସମ୍ପର୍କୀୟଙ୍କ ଜୋତା ପଲିସ ଓ ମରାମତି କରିବାର କାମ ଆରମ୍ଭ କଲେ । ଧିରେ ଧିରେ ପରିଶ୍ରମ ସଂଘର୍ଷରେ ଜାରି ରଖି ସଫଳତା ହାସଲ କଲେ। ସେ ୨୦୦୩ ମସିହାରେ ଦେଶର ପ୍ରଥମ ସୁ-ଲଣ୍ଡ୍ରିଂ କମ୍ପାନି ଗଠନ କଲେ । ତାଙ୍କର କଠିନ ପରିଶ୍ରମ ଯୋଗୁଁ ଆଜି ତାଙ୍କ କମ୍ପାନୀର ବାର୍ଷିକ ଟର୍ନ ଓଭର ୨ କୋଟିରୁ ଅଧିକ ।