ନରସିଂହପୁର : କଟକ ଜିଲ୍ଲାର ନରସିଂହପୁର ପୂର୍ବ ରେଞ୍ଜ୍ ଅନ୍ତର୍ଗତ ନୂଆଗଡ ଘାଟି ବୁଢିଆଣି ତୋଟା ନିକଟରେ ଲକ୍ଷ୍ମୀ ଜେନା (୩୨) ନାମକ ଜଣେ ମହିଳାଙ୍କୁ ହାତୀ ଦଳି ମାରି ଦେଇଛି । ସ୍ଥାନୀୟ ଦେବଭୂଇଁ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମର ବିମଳ ଜେନାଙ୍କ ପତ୍ନୀ ଲକ୍ଷ୍ମୀ ଜେନା ଆଜି ଭୋର୍ ୫ଟା ସମୟରେ ଗାଁ ନିକଟରେ ଥିବା ବୁଢିଆଣି ତୋଟା ନିକଟକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ନିକଟରେ ଥିବା କେତେକ ଗ୍ରାମବାସୀଙ୍କ ସମେତ ଲକ୍ଷ୍ମୀ ଜେନାଙ୍କୁ ହାତୀ ପଲ ଗୋଡାଇ ଥିଲେ । ହାତୀମାନଙ୍କୁ ଦେଖି ଅନ୍ୟମାନେ ଦୌଡି ପଳାଇଥିବା ବେଳେ ଲକ୍ଷ୍ମୀ ଦୌଡି ନପାରି ତଳେ ପଡିଯାଇଥିଲେ । ହାତୀ ପଲ ମଧ୍ୟରୁ ଗୋଟିଏ ହାତୀ ଲକ୍ଷ୍ମୀଙ୍କ ପିଠି ଉପରେ ଚଢି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।