କୋଣାର୍କରେ ବିଦେଶୀ ମହିଳାଙ୍କୁ ଅସଦାଚରଣ ମାମଲା ହାଇକୋର୍ଟରେ ରଦ୍ଦ

କଟକ : କୋଣାର୍କର ଏକ ହୋଟେଲରେ ବିଦେଶୀ ମହିଳାଙ୍କୁ ଅସଦାଚରଣ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲାର ଶୁଣାଣି ୮ ବର୍ଷ ହେବ ଚାଲିଥିବା ବେଳେ ଏତଲା ଦେଇଥିବା ବିଦେଶୀ ମହିଳା କିନ୍ତୁ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଘଟଣାରେ ଅଭିଯୁକ୍ତ ଥିବା ସୁବାସ ଚନ୍ଦ୍ର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ପ୍ରାର୍ଥନା କରିଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି କୋଣାର୍କ ଜେଏମଏଫସି ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲାକୁ ରଦ୍ଦ କରିଛନ୍ତି। ୨୦୧୦ରେ କୋଣାର୍କର ଏକ ହୋଟେଲରେ ଇଂଲଣ୍ଡର ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଏତଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର