ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ହେମା ମାଲିନୀଙ୍କୁ  ଗୋଡ଼ାଇଲା ଷଣ୍ଢ ! ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଅହମ୍ମଦାବାଦ: ଉତ୍ତର ପ୍ରଦେଶର ମଥୁରାର ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଲିନୀ ବୁଧବାର ମଥୁରା ରେଲେଓ୍ଵ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ହେମା ମାଲିନୀ ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ତାଙ୍କ ସାମ୍ନାକୁ ଆକସ୍ମିକ ଭାବେ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢଟି ହେମାଙ୍କୁ ଷ୍ଟେସନ୍‌ ପରିସରରେ ଅତର୍କିତ ଭାବେ ଗୋଡାଇବାକୁ ଲାଗିଥିଲା। ହେମା ମଧ୍ୟ ଏହି ଘଟଣା ଦେଖି ଭୟଭୀତ ହୋଇ ଯାଇଥିଲେ। ହେମାଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ଷଣ୍ଢକୁ ସେଠାରୁ ଘଉଡାଇ ଦେଇଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜାଣିବାକୁ ମିଳିଛି।

ହେମାମାଲିନୀ ପୁଲିସକର୍ମୀ ଓ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ରେଳ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଏଭଳି ଏକ ଘଟଣା କିଭଳି ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହୋଇଛି। ଏହାକୁ କେତେକ ସମାଲୋଚନା ମଧ୍ୟ କରିଛନ୍ତି।

 

ସମ୍ବନ୍ଧିତ ଖବର