ବଜାରକୁ ଆସିଲା ସ୍ୱତନ୍ତ୍ର ଧରଣର ବ୍ଲାଷ୍ଟ ପ୍ରୁଫ୍‌ ଗ୍ୟାସ୍‌ ସିଲିଣ୍ଡର : ଆଉ ହେବ ନାହିଁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କି ସହିବାକୁ ପଡ଼ିବ ନାହିଁ କ୍ଷୟକ୍ଷତି!

ଅନେକ ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଧନଜୀବନ ନଷ୍ଟ ହେବା ସହ ଅନେକ କ୍ଷୟକ୍ଷତି ହେଉଛି। ଏହା ବ୍ୟତୀତ ରୋଷେଇ ସମୟରେ ବେଳେବେଳେ ହଠାତ୍‌ ଗ୍ୟାସ ସରିଯିବା ପରି ଅସୁବିଧା ମଧ୍ୟ ଭୋଗିବା ପାଇଁ ପଡ଼ିଥାଏ। ଯଦ୍ୱାରା ଆମେ ହଇରାଣରେ ପଡ଼ୁ। ତେବେ ଆଗକୁ ଏପରି ଅସୁବିଧା ହେବ ନାହିଁ। କାରଣ ବଜାରକୁ ଆସିଯାଇଛି ନୂତନ ଧରଣର ଗ୍ୟାସ ସିଲିଣ୍ଡର। ଯାହା ବ୍ଲାଷ୍ଟ ପ୍ରୁଫ୍‌ ଅଟେ। ଏହାର ଅର୍ଥ ଆଉ ଆପଣଙ୍କ ଗ୍ୟାସ ସିଲିଣ୍ଡର ଫାଟିବ ନାହିଁ କି ଆପଣଙ୍କୁ କ୍ଷୟକ୍ଷତି ସହିବା ପାଇଁ ପଡ଼ିବ ନାହିଁ।

ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଗ୍ୟାସ୍‌ ସିଲିଣ୍ଡରକୁ ଏପରି ଭାବେ ତିଆରି କରାଯାଇଛି, ଯାହା କେବେ ବ୍ଲାଷ୍ଟ ହେବନାହିଁ। ଯଦି କେବେ ଗ୍ୟାସ୍‌ ବ୍ଲାଷ୍ଟ ହେବା ପରି ପରିସ୍ଥିତି ଉପୁଜେ ତେବେ ଭିତରେ ହିଁ ଗ୍ୟାସ ଶେଷ ହୋଇଯିବ। ଏହାର ଆଉ ଏକ ବିଶେଷତ୍ୱ ହେଲା ଏଥିରେ କେତେ ପରିମାଣର ଗ୍ୟାସ ଅଛି ତାହା ଆପଣ ବାହାର ପଟୁ ଦେଖି ଜାଣିପାରିବେ। କେବେ ଗ୍ୟାସ ଶେଷ ହେବ ତାକୁ ବି ଦେଖିପାରିବେ। ପ୍ରାଇଭେଟ୍‌ କମ୍ପାନୀ ଏହି ପ୍ରକାର ସ୍ୱତନ୍ତ୍ର ଗ୍ୟାସ ସିଲିଣ୍ଡର ଲଂଚ କରିସାରିଛି। ସାଧାରଣ ଲୋକଙ୍କ ପାଇଁ କନେକ୍ସନ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଛି।

ଏହି ସିଲିଣ୍ଡର ପୁରୁଣା ସିଲିଣ୍ଡର ଠାରୁ ଭିନ୍ନ ଅଟେ। ଫାଇବରରେ ତିଆରି ହୋଇଛି ଏହି ସିଲିଣ୍ଡର। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ସହିତ ଅନେକ ରାଜ୍ୟରେ ଏକ ପ୍ରାଇଭେଟ କମ୍ପାନୀ ଗୋ ଗ୍ୟାସ ନାମରେ ଏହାର କନେକ୍ସନ ଦେବା ଆରମ୍ଭ କରିଛି। ତେବେ ଏହି ସିଲିଣ୍ଡର ବ୍ୟବହାର କଲେ ସରକାରଙ୍କ ଠାରୁ ମିଳୁଥିବା ସବସଡ଼ି ମିଳିବ ନାହିଁ।

ଏହାର ଅର୍ଥ ଆପଣଙ୍କୁ ମାର୍କେଟ ରେଟ୍‌ ଅନୁସାରେ ହିଁ ଟଙ୍କା ଦେବା ପାଇଁ ପଡ଼ିବ। କମ୍ପାନୀ ଏହାର ଡିଲରସିପ୍‌ ମଧ୍ୟ ଦେଉଛି। ୨, ୫, ୧୦ ଓ ୨୦କିଲୋରେ ଉପଲବ୍ଧ ଏହି ସିଲିଣ୍ଡର। ଖୁବ୍‌ଶୀଘ୍ର ସରକାରୀ କମ୍ପାନୀ ମଧ୍ୟ ଏହି ପ୍ରକାର ସିଲିଣ୍ଡର ଲଂଚ କରିବା ପାଇଁ ଯାଉଛି। ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଏବେ ଏହି ସିଲିଣ୍ଡରର କନେକ୍ସ୍‌ସନ ଦେବା ଆରମ୍ଭ ହୋଇଯାଇଛି। ୨୦ କିଲୋ ସିଲିଣ୍ଡର ପାଇଁ ୧୪୫୦ରୁ ୧୫୦୦ ଟଙ୍କା ମଧ୍ୟରେ ଦେବାକୁ ପଡ଼ିବ। ତେବେ ବଜାର ଦର ଅନୁସାରେ ସିଲିଣ୍ଡର ଦର ମଧ୍ୟ ପରିବର୍ତ୍ତନ ହେବ।

ସମ୍ବନ୍ଧିତ ଖବର