ପାକ କଳାରେ ମସଲାର ସମୁଚିତ ଉପଯୋଗ ହେବା ଜରୁରୀ। ଏଥିପାଇଁ ମସଲାର ଗୁଣ ଧର୍ମର ଧ୍ୟାନ ରଖାଯିବା ଦରକାର। ରୋଷେଇରେ ଛୋଟ ଓ ବଡ଼ ଅଳେଇଚ ପ୍ରୟୋଗ ହୋଇଥାଏ। କିନ୍ତୁ ଏହାର ଆୟୁର୍ବେଦୀୟ ଗୁଣ ଭିନ୍ନ ଭିନ୍ନ ହୋଇଥାଏ ଏକଥା ଅନେକଙ୍କୁ ଜଣା ନଥାଏ। ଏ ଦୁଇ ଅଳେଇଚ ଅବଶ୍ୟ ଏକା ପ୍ରଜାତିର। ଏହି ଗଛରେ ବହୁତ ପତ୍ର ଥାଏ। ଏହାର ମୂଳରୁ ଉପର ଯାଏଁ ପତ୍ର ଭର୍ତ୍ତି ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଛୋଟ ଅଳେଇଚ : ଏହା ହାଲୁକା ସବୁଜ ଓ ହଳଦିଆ ରଙ୍ଗର ହୋଇଥାଏ। ଏହା ଭିତରେ ଦାନା ଥାଏ। ମସଲା ପାଇଁ ଉଭୟ ଅଳେଇଚ ଉପଯୋଗ କରାଯାଇଥାଏ। ଏହାର ଉପଯୋଗ ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତି ବେଳେ ବି ହୋଇଥାଏ।
ଏହା ତ୍ରିଦୋଷରେ ସନ୍ତୁଳନ ଆଣିଥାଏ ଓ ଗଳା ପରିଷ୍କାର କରିଥାଏ। ଏହାର ସେବନ ଫଳରେ ହଜମ କ୍ରିୟା ବୃଦ୍ଧି ପାଇଥାଏ। ଏହା ଦାନ୍ତ ପାଇଁ ବି ଖୁବ୍ ଭଲ। ଭୋଜନ ପରେ ଛୋଟ ଅଳେଇଚ ଖାଇଲେ ପାଟି ବି ଶୁଦ୍ଧ ହୋଇଥାଏ।
ବଡ଼ ଅଳେଇଚ: ଏହାର ଫୁଲ ହଳଦିଆ ବା ଧଳା ହୋଇଥାଏ।ଏହାର ଫଳ ବାଦାମି ରଙ୍ଗର। ଏହାର ଆକାର ଛୋଟ ଅଳେଇଚର ଆକାରଠାରୁ ପ୍ରାୟ ତିନିଗୁଣ ବଡ଼। ଏହା ଭିତରେ ଅନେକ ଦାନା ଥାଏ।
ଏହା ମସଲା ଓ ଔଷଧ ପ୍ରସ୍ତୁତିରେ ସହାୟକ ହୋଇଥାଏ। ନିମ୍ନ ରକ୍ତଚାପରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ଔଷଧ। କାଶ ପାଇଁ ପ୍ରସ୍ତୁତ ହେଉଥିବା ଔଷଧରେ ଏହା ବ୍ୟବହୃତ ହୋଇଥାଏ। ଏହା ଜ୍ୱର ତଥା ମୁହଁ ଗଳା ଯନ୍ତ୍ରଣା ଦୂର କରିବାରେ ବି ସହାୟକ ହୋଇଥାଏ।