ଲମତାପୁଟ ଦେଇ ପ୍ରବାହିତ କିଚରଗାଡ ନଦୀରୁ ଶବ ଉଦ୍ଧାର

ଲମତାପୁଟ : ଲମତାପୁଟ ଦେଇ ପ୍ରବାହିତ କିଚରଗାଡ ନଦୀରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଲମତାପୁଟ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡଙ୍ଗୀ ଘଟଣା ସ୍ଥଳକୁ ଯାଇ କିଛି ସ୍ଥାନୀୟ ଯୁବକଙ୍କ ସହ ଖୋଜା ଖୋଜି କରିଥିଲେ। ଶବ ଠାବ ହେବାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିଲେ। ଶବ ଚିହ୍ନଟ ହୋଇପାରୁ ନଥିବା ବେଳେ କିଛି ଲୋକ ଗୁନେଇପଡ଼ା ଗାଁର ବାସିନ୍ଦା ବୋଲି ଅନୁମାନ କରୁଛନ୍ତି। ଲୋକଙ୍କ ସୂଚନାକୁ ଆଧାର କରି ପୁଲିସ ଗୁନେଇପଡ଼ା ଗାଁକୁ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହ ଘଟଣା ସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲା। ମୃତକ ମତି ଖିଲ (୭୦) ବୋଲି ଜାଣି ପାଡ଼ିବା ପରେ ଏନେଇ ମାଛକୁଣ୍ଡ ଥାନାରେ ମାମଲା ରୁଜୁ ହୋଇଛି। ଘଟଣା ସଂପର୍କରେ କନାଗାଁ ଗ୍ରାମର ପଦୁ ଖେମୁଣ୍ଡୁ ବି ମାଛକୁଣ୍ଡ ପୁଲିସକୁ ଲିଖିତ ଭାବେ ଜଣାଇଛନ୍ତି। ମାଛକୁଣ୍ଡ ଥାନା ଅଧିକାରୀ ସୁଦର୍ଶନ ନାୟକ, ଏସଆଇ ପ୍ରଦୀପ କୁମାର ନାୟକ ଶବ ବ୍ୟବଚ୍ଛେଦ କରି ସଂପର୍କୀୟଙ୍କୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର