ପୁଣି ୧୦ କିମି ସାଇକଲରେ ବୁହା ହେଲେ ଡଙ୍ଗରିଆ ମହିଳା

କଲ୍ୟାଣସି˚ହପୁର : ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକର ସୁନାଖଣ୍ତି ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ସ୍ଥିତ କାଡ୍ରାକାବଣ୍ତେଲି ଗ୍ରାମର ଜଣେ ଅସୁସ୍ଥ ମହିଳା କାଡ୍ରାକା ମାଲାଡି ୧୦ କିମି ବାଟ ସାଇକଲରେ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଞ୍ଚଳରେ ରାସ୍ତାଘାଟ ନଥିବା ବେଳେ ବହୁ ସମୟରେ ୧୦୮ ଓ ୧୦୨ ଆମ୍ବୁଲାନସ ରୋଗୀକୁ ଉଚିତ ସେବା ଯୋଗାଇ ଦେଇନଥିବାରୁ ଆମ୍ବୁଲାନ୍‌ସ ଉପରେ ବିଶ୍ବାସ ତୁଟାଇ ବାଧୢ ହୋଇ ଭାର କିମ୍ବା ଖଟିଆରେ ବୁହା ହେଉଥିବା ବେଳେ ଏବେ ସାଇକଲରେ ବୁହା ହେଉଛି। ଆଜି କାଡ୍ରାକାବଣ୍ତେଲି ଗ୍ରାମର ନିଜର ସଂପର୍କିୟ ମାନେ ସାଇକଲରେ ବୋହି ଆଣିଥିଲେ କଲ୍ୟାଣୀ ନଦୀ ଘାଟକୁ। ପରେ ଭେଳାରେ ପାର ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗତ କିଛି ଦିନ ହେବ ମାଲାଡି ଅସୁସ୍ଥ ହେବାରୁ ଆଜି ନକୁଳ କାଡ୍ରାକା, କିରଣ କାଡ୍ରାକା, ମନସ କାଡ୍ରାକା ସାଇକଲରେ ଆଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର