ମେକ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ସରକାର

ଭୁବନେଶ୍ବର : ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି .ମେକ ଇନ୍ ଓଡ଼ିଶା କନକ୍ଳେଭରେ ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତି । ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ପର୍ଯ୍ୟାୟକ୍ରମେ ସଫଳ ହେବାରେ ଲାଗିଛି । ଯେଉଁଥିପାଇଁ ମହିଳାଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏଥିସହ ସେ ରାଜ୍ୟରେ ମହିଳାଙ୍କ ଜୀବନ ଧାରଣ ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର ହ୍ରାସ ପାଇଛି ବୋଲି ମତ ଦେଇଛନ୍ତି।

ଓଡ଼ିଶାର ମହିଳା ଆଜି କେତେ ସଶକ୍ତ, ତାର ଏକ ନମୂନା ଦେଖିବାକୁ ମିଳିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ । ମହିଳା ଉଦ୍ୟୋଗୀ କର୍ମଶାଳାରେ ପଶ୍ଚିମ ଓଡ଼ିଶାର ମହିଳା ଜୟନ୍ତୀ ଏକ୍କା ନିଜ ସଫଳତାର କାହାଣୀ କହିଛନ୍ତି । କେମିତି ମିଶନ ଶକ୍ତି ତାଙ୍କ ଜୀବନରେ ପରିବର୍ତନ ଆଣିଛି ସେ ତାହା ବର୍ଣ୍ଣନା କରିଥିଲେ।  ତାଙ୍କ ଉପସ୍ଥାପନା ଏତେ ପ୍ରଭାବଶାଳୀ ଥିଲା ଯେ, ଧ୍ୟାନର ସହ ଜୟନ୍ତୀଙ୍କ କଥା ଶୁଣି ଥିଲେ ମୁଖ୍ୟମନ୍ତ୍ରୀ । ଭାଷଣ ସାରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ୱେ କହି ଚାଲିଥିଲେ ।

ସମ୍ବନ୍ଧିତ ଖବର