ଗଛକଟା ମାମଲାରେ ଟ୍ରିବ୍ୟୁନାଲ ଝଟ୍‌କା

୧୯୮୦ ଜଙ୍ଗଲ ଆଇନ ଉଲ୍ଲଂଘନ େହାଇଛି, ରାଜ୍ୟ ସରକାର ଓ ଇଡକୋକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଢେଙ୍କାନାଳ ବଳରାମପୁର ଅଞ୍ଚଳରେ ମଦ କାରଖାନା ପ୍ରତିଷ୍ଠା ପାଇଁ ଗଛକଟା ଘଟଣାକୁ ନେଇ ଆଜି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠରେ ଶୁଣାଣି ହୋଇଛି। ବିଚାରପତି ଏସ୍‌ ପି ୱାଗ୍‌ଡ଼ି, ବିଚାରପତି କେ ରାମକୃଷ୍ଣ ଓ ବୈଷୟିକ ସଦସ୍ୟ ଡକ୍ଟର ନଗିନ ନନ୍ଦ କଲିକତାରେ ବିଚାରଧୀନ ଥିବା ମାମଲାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିଛନ୍ତି।

ଗଛକଟା ମାମଲାରେ ଦୁଇ ପକ୍ଷ ତଥା ଆବେଦନକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଶୁଣିବାପରେ ଖଣ୍ଡପୀଠ କହିଥିଲେ ଯେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡ଼ୁଛି ସେଠାରେ ଜଙ୍ଗଲ ଆଇନ ୧୯୮୦ର ଉଲ୍ଲଂଘନ ହୋଇଛି। ତେବେ ଖଣ୍ଡପୀଠ ଆଜି ଏହି ଗଛକଟା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଇଡକୋକୁ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରି ୨୧ରେ ମାମଲାର ପରବର୍ତୀ ଶୁଣାଣି ଥିବାରୁ ଏହା ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର